Hot Posts

6/recent/ticker-posts

କ୍ୟାନ୍ସର ରୋକିବାକୁ ବଡ଼ ପଦକ୍ଷେପ, ମହିଳାଙ୍କ ପାଇଁ ଟିକା ଆସୁଛି

 ଭାରତରେ ବଢ଼ୁଥିବା କ୍ୟାନ୍ସର ମାମଲାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ପ୍ରତାପରାଓ ଯାଦବ କହିଛନ୍ତି ଯେ ମହିଳାମାନଙ୍କ ପାଇଁ ଏକ ବିଶେଷ କ୍ୟାନ୍ସର ଟିକା ଖୁବ ଶୀଘ୍ର ଉପଲବ୍ଧ ହେବ। ଅଗାମୀ ୫-୬ ମାସ ମଧ୍ୟରେ ୯ରୁ ୧୬ ବର୍ଷ ବୟସର ଝିଅମାନେ ଏହି ଟିକା ପାଇବେ।ସେହିପରି, ୩୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କ ପାଇଁ ହସ୍ପିଟାଲରେ ସ୍କ୍ରିନିଂ ବ୍ୟବସ୍ଥା ଏବଂ କ୍ୟାନ୍ସର ଚିହ୍ନଟ ପାଇଁ ଡେ କେୟାର ସେଣ୍ଟର ଖୋଲାଯିବ। କ୍ୟାନ୍ସର ଔଷଧ ଉପରେ କଷ୍ଟମ ଡ୍ୟୁଟି ମୁକ୍ତ କରାଯାଇଛି। ସରକାରର ଏହି ପଦକ୍ଷେପ କ୍ୟାନ୍ସର ରୋଗ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।