Hot Posts

6/recent/ticker-posts

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଭାଜପା ନେତ୍ରୀ ରେଖା ଗୁପ୍ତା: ଅଧିକାର ଗ୍ରହଣ ପାଇଁ ପ୍ରସ୍ତୁତି

ଦିଲ୍ଲୀର ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଭାଜପା ନେତ୍ରୀ ରେଖା ଗୁପ୍ତାକୁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। ଆପର ଦୂର୍ଗ ଭେଦି ଭାଜପା ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଫେରିଛି। ସଦ୍ୟ ବିଧାନସଭା ନିର୍ବାଚନରେ ଭାଜପା ୭୦ ଆସନରୁ ୪୮ ଟି ଜିତି ଜଣେ ମହିଳା ନେତୃତ୍ୱ ନିକାୟକୁ ଆଗକୁ ଆଣିଛି।

ବୁଧବାର, ଭାଜପା ବିଧାୟକ ଦଳର ଏକ ବୈଠକରେ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରବି ଶଙ୍କର ପ୍ରସାଦ ଓ ଓପି ଧନଖଡ଼ଙ୍କ ଉପସ୍ଥିତିରେ ରେଖା ଗୁପ୍ତାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଥିଲା। ଶୀଘ୍ର ହିଁ ତାଙ୍କ ସରକାର ରାମଲୀଳା ମଇଦାନରେ ଅଧିକାର ଗ୍ରହଣ କରିବ। ରେଖା ଗୁପ୍ତା ତାଙ୍କର ପ୍ରତିଦ୍ୱନ୍ଦୀ ଆପ ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ ୨୯,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।  

ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହା ପରେ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇ ଦିଲ୍ଲୀବାସୀଙ୍କ ସେବା ପାଇଁ ସମସ୍ତ ସମର୍ଥନ ଦେବାକୁ ଆଶ୍ୱାସନ ଦେଇଛନ୍ତି। ରେଖା ଗୁପ୍ତା ଦିଲ୍ଲୀର ଦ୍ୱିତୀୟ ଭାଜପା ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଅଭିସିଂଚିତ ହେବାକୁ ଯାଉଛନ୍ତି।