ହେମନ୍ତ ସୋରେନ୍ ସରକାର ରାଜ୍ୟରେ ତମାଖୁ ଏବଂ ନିକୋଟିନ ଯୁକ୍ତ ଗୁଟ୍ଖା ଏବଂ ପାନ ମସଲା ପ୍ରତିବନ୍ଧ କରିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ନୋଟିଫିକେଶନ ଅନୁଯାୟୀ, ଏହାର ଉତ୍ପାଦନ, ବିକ୍ରି, ବିତରଣ, ଏବଂ ସେବନ ଅପରାଧ ମାନାଯିବ।ଏହି ନିଷ୍ପତ୍ତି ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ପ୍ରଭାବୀ ରହିବ, ଏବଂ ସ୍ଥିତି ଅନୁଯାୟୀ ଅବଧି ବୃଦ୍ଧି କରାଯାଇପାରେ। ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ, ୨୦୦୬ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ପଦକ୍ଷେପ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।