Hot Posts

6/recent/ticker-posts

ଓଡ଼ିଶାରେ ତାତି ବୃଦ୍ଧି ମଧ୍ୟରେ ଝଡ଼ବର୍ଷା, ୯ ଜିଲାକୁ ଅରେଞ୍ଜ ଆଲର୍ଟ


ଭୁବନେଶ୍ୱର, ୨୩ ଫେବୃଆରୀ – ରାଜ୍ୟରେ ତେଜ ତାତି ବୃଦ୍ଧି ହେଉଥିବା ବେଳେ, ଏକାଧିକ ସ୍ଥାନରେ ହୋଇଥିବା ଝଡ଼ବର୍ଷା କିଛି ପରିମାଣରେ ଆଶ୍ବସ୍ତି ଆଣିଛି। ଆଗାମୀ ୨୫ ଫେବୃଆରୀ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ଅଞ୍ଚଳରେ ଅସ୍ଥାୟୀ ଝଡ଼ବର୍ଷା ହେବାର ପୂର୍ବାନୁମାନ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି।

ସନିବାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଆଙ୍ଗୁଳ, ସମ୍ବଲପୁର, ଦେବଗଡ଼ ଏବଂ କନ୍ଧମାଳ ଜିଲା ଅରେଞ୍ଜ ଆଲର୍ଟ ଅଧୀନରେ ରହିଛି। ଏହି ଅଞ୍ଚଳଗୁଡ଼ିକରେ ଭାରୀ ବର୍ଷା ସହ ବିଜୁଳି ଏବଂ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

ଏହାସହିତ, ୧୩ ଜିଲା ମାନଙ୍କୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି, ଯେଉଁଥିରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦ୍ରାପଡ଼ା ମୂଖ୍ୟ।

ପାଣିପାଗ ବିଭାଗ ଅନୁସାରେ, ଟ୍ରପ ଲାଇନ ସକ୍ରିୟ ରହିଥିବାରୁ ଓଡ଼ିଶାର ଉତ୍ତର ଅଞ୍ଚଳରେ ଅଧିକ ବର୍ଷା ଦେଖିବାକୁ ମିଳିବ। ଏହି ଅଞ୍ଚଳରେ ପବନ ୫୦ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିପାରେ। ଏଥିସହ ବିଜୁଳି ଓ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି।ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳର ମଛୁଆ ଏବଂ ରାୟତମାନଙ୍କୁ ସତର୍କ ରହିବାକୁ ଉପଦେଶ ଦିଆଯାଇଛି।