Hot Posts

6/recent/ticker-posts

କେନ୍ଦୁଝରରେ ବ୍ରହ୍ମ କୁମାରୀ ଆଶ୍ରମର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

 ଆସନ୍ତା ୨୧ ତାରିଖ ରେ କେନ୍ଦୁଝର ପୁରୁଣା ବଜାରରେ ନବ ନିର୍ମିତ "ସୁଖ ଶାନ୍ତି ସରୋବର" ବ୍ରହ୍ମ କୁମାରୀ ଆଶ୍ରମର ଉଦ୍‌ଘାଟନ ଏବଂ ଭବ୍ୟ କାର୍ଯ୍ୟକ୍ରମ ଆସନ୍ତା ଶନିବାର ଅନୁଷ୍ଠିତ ହେବ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ।ସହଯୋଗୀ ଅତିଥି ଭାବରେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ବ୍ରହ୍ମକୁମାରୀ ଜୟନ୍ତୀ, ଏବଂ ବ୍ରହ୍ମକୁମାରୀ କମଲେଶ ଉପସ୍ଥିତ ରହିବେ। ଏହି ଆଶ୍ରମ ଆଧ୍ୟାତ୍ମିକ ଜ୍ଞାନ ଏବଂ ଧ୍ୟାନ ମାଧ୍ୟମରେ ସମାଜରେ ଶାନ୍ତି ବିସ୍ତାର କରିବାକୁ ଲକ୍ଷ୍ୟ କରିଛି। ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁରୋଧ କରାଯାଇଛି।