ନୂଆଦିଲ୍ଲୀ, ୨୩ ଫେବୃଆରୀ: ଦେଶର କୃଷକମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ରାଶି ଆସନ୍ତା ୨୪ ଫେବୃଆରୀରେ ମିଳିବ। ଏହି ଅଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରରୁ କୃଷକମାନଙ୍କ ଖାତାକୁ ସିଧା ଟଙ୍କା ଅନ୍ତର୍ଭୁକ୍ତ କରିବେ (DBT)। ଏହି ଅର୍ଥ କୃଷକମାନେ ହୋଲି ପୂର୍ବରୁ ହାତରେ ପାଇପାରିବେ।
୯.୮ କୋଟି କୃଷକଙ୍କ ଆକାଉଣ୍ଟରେ ୨୨,୦୦୦ କୋଟି ଟଙ୍କା
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅନ୍ତର୍ଗତ, ଦେଶର ୯.୮ କୋଟି କୃଷକଙ୍କ ଖାତାରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରାଶି ଦେବାକୁ ସରକାର ପ୍ରସ୍ତୁତ। ଏହା ୯.୬ କୋଟି ଲାଭାର୍ଥୀଙ୍କୁ ମିଳିଥିବା ୧୮ତମ କିସ୍ତିର ତୁଳନାରେ ଅଧିକ। ଆସନ୍ତା ସପ୍ତାହରେ ଏହି ଅର୍ଥ ଜାରି ହେବା ପରେ ମୋଟ ରାଶି ୩.୬୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ।
କୃଷି ସହାୟତା ନେଇ ସରକାରର ପଦକ୍ଷେପ
କୃଷକମାନଙ୍କୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ, ସରକାର ପ୍ରତ୍ୟେକ ବର୍ଷ ୬୦୦୦ ଟଙ୍କା ଅର୍ଥସାହାଯ୍ୟ ଦେଉଛି, ଯାହାକି ପ୍ରତି ୪ ମାସରେ ୨୦୦୦ ଟଙ୍କା କିସ୍ତିରେ ଦିଆଯାଏ। ସମସ୍ତ ରାଜ୍ୟର କୃଷକମାନେ ଏହି ଯୋଜନାର ଲାଭ ଉଠାଇପାରିବେ।
କୃଷିକୁ ସୁସ୍ଥ ଏବଂ ସମୃଦ୍ଧ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଦେଶର କୃଷକମାନଙ୍କ ପାଇଁ ଏକ ବଡ଼ ସହାୟତା। ଏହି ଯୋଜନା କୃଷିକୁ ସୁସ୍ଥ ଆର୍ଥିକ ଆଧାର ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି।