Hot Posts

6/recent/ticker-posts

ଚକାପାଦରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଉତ୍ସାହର ସହ ଅନୁଷ୍ଠିତ

ଚକାପାଦ,  ୦୩/୨ : (ବାଳକୃଷ୍ଣ କହଁର)  ଚକାପାଦ ବ୍ଲକ ଆରାବାକା ପଞ୍ଚାୟତ ରେ ଥିବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ରେ ଏକ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା crcc ଶ୍ରୀ ନରସିଂହ ଡାକୁଆ ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ନାଗେଶ୍ୱର ପ୍ରଧାନ ,ବକ୍ତା ଭାବେ ସ୍କୁଲ ର ପ୍ରଧାନ ଶିକ୍ଷକ ପର୍ଶୁରାମ ସାହୁ , ସମ୍ମାନୀତ ଭାବେ ଶିକ୍ଷୟତ୍ରୀ ଗୀତାଞ୍ଜଳି ବେହେରା , ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ 8 ଗୋଟି ବିଦ୍ୟାଳୟ ର ଯୋଗଦେଇଥିବା ବେଳେ ଏଠାରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପିତାମାତା ଗୋଷ୍ଠୀ ଙ୍କ ଦ୍ଵାରା ଘରେ ଓ ପରିବେଶରେ ଉପଲବ୍ଧ ଶିକ୍ଷଣ ସାମଗ୍ରୀ ମାଧ୍ୟମରେ ପାଠ ପ୍ରତି ଆକର୍ଷଣ କରିବା ଏବଂ ଶିକ୍ଷାର ଅଭିବୃଦ୍ଧି କରାଇ ମୌଳିକ ସାରକ୍ଷଣ ଓ ସଂଖ୍ୟାଜ୍ଞାନ ଆଣିବା ଉଦ୍ଧେଶ୍ୟ ରେ ଅନୁଷ୍ଠିତ ହୋଇଥିଲା । ଏହି ସ୍କୁଲ ରେ ବିଭିନ୍ନ ସମ୍ପର୍କିତ କୁ ନେଇ 4 ଟି ଷ୍ଟଲ କରାଯିବା ସହ ନିପୁଣ ଓଡିଶା ର ଲୋଗୋ, ସଂଗୀତ, ଉନ୍ମୋଚନ ସହ ଶପଥ ପାଠ କରାଯାଇଥିଲା । ଏଥିରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ବିକ୍ରମ ଦିଗାଲ ପରିଚାଳନା କରିବା ସହ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ !