କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆପଥର ପଡ଼ିଥିବା ଦେଖିବାକୁ ମିଳିଛି। ଏହା ଯୋଗୁ ତାପମାତ୍ରା କମିଥିବା ବେଳେ, କେତେକ ସ୍ଥାନରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଗ୍ରାମାଞ୍ଚଳରେ ପନିପରିବା ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ସଦର, ଝୁମ୍ପୁରା ଏବଂ ଅନ୍ୟାନ୍ୟ ଅଞ୍ଚଳରେ କୋବି, ଟମାଟୋ, ବାଇଗଣ ଇତ୍ୟାଦି ଚାଷ ନଷ୍ଟ ହୋଇଛି। ଚାଷୀମାନେ ସରକାରଙ୍କୁ ସହଯୋଗ ଦାବି କରୁଛନ୍ତି। ଏହି ବର୍ଷା ଯୋଗୁ ଧୂଳି ପ୍ରଦୂଷଣ ଏବଂ ଗରମରୁ ଲୋକମାନେ ଆଶ୍ୱସ୍ତି ପାଇଛନ୍ତି। କୃଷି ବିଭାଗ ଅଧିକାରୀ ଖୋଲାସା କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ।