୨୩ ଫେବୃଆରୀ ୨୦୨୫ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମ୍ୟାଚ। ଏହି ସମୟରେ ମହାକୁମ୍ଭରେ ଚର୍ଚ୍ଚିତ "ଆଇଆଇଟି ବାବା" ଅଭୟ ସିଂ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି।ତାଙ୍କ ମତରେ, ଏଥର ଭାରତ ଜିତିପାରିବ ନାହିଁ ଏବଂ ପାକିସ୍ତାନ ବିଜୟୀ ହେବ। ଏହି ଭବିଷ୍ୟବାଣୀ ଭାଇରାଲ ହୋଇ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ଆସିଛି। ସୋସିଆଲ ମିଡିଆରେ ବାବାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଉଛି।ମ୍ୟାଚ ପୂର୍ବରୁ ଏହି ଭିଡିଓ କ୍ରିକେଟ ଦୁନିଆରେ ଆଗ୍ନିସ୍ଫୁଳିଙ୍ଗ ସୃଷ୍ଟି କରିଛି। ଭାରତୀୟ ଫ୍ୟାନମାନେ ଏହି ଭବିଷ୍ୟବାଣୀକୁ ଅସ୍ୱୀକାର କରି ଦଳ ପ୍ରତି ଆତ୍ମବିଶ୍ୱାସ ଦେଖାଇଛନ୍ତି।