କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ମାଧ୍ୟମରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଆର୍ଥିକ ସୁରକ୍ଷା ଦେଉଛି। ଏହି ଯୋଜନା ଅନ୍ତର୍ଗତ, ୧୮-୪୦ ବର୍ଷ ବୟସର ଦୋକାନୀ, ରିକ୍ସା ଚାଳକ, ମୋଚି, ଧୋବା, ନାପିତ ଭଳି ଶ୍ରମିକମାନେ ଅଂଶଗ୍ରହଣ କରିପାରିବେ। ୨୦ ବର୍ଷ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ରାଶି ଅବଦାନ ଜମା କଲେ, ୬୦ ବର୍ଷ ବୟସରେ ପ୍ରତି ମାସ ୩୦୦୦ ଟଙ୍କା ପେନସନ ମିଳିବ। ଏହି ଯୋଜନାରେ ଶ୍ରମିକମାନଙ୍କ ଦ୍ୱାରା ଜମା ହେଉଥିବା ରାଶିକୁ ସରକାର ସମାନ ରାଶିରେ ମିଳିତ ଅବଦାନ ଦେବ।
ଆବେଦନ ପ୍ରକ୍ରିୟା:
ଶ୍ରମିକମାନେ ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC) ରେ ଯାଇ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ପାଇଁ ଆଧାର କାର୍ଡ, ପାନ୍ କାର୍ଡ ଏବଂ ବ୍ୟାଙ୍କ ପ୍ରମାଣପତ୍ର ଦରକାର। ନିବନ୍ଧନ ପରେ ଏକ ଶ୍ରମ ଯୋଗୀ କାର୍ଡ ମିଳିବ ଏବଂ ପ୍ରତି ମାସରେ ନିର୍ଦ୍ଧିଷ୍ଟ ରାଶି ବ୍ୟାଙ୍କ ଖାତାରୁ କଟାଯିବ।
ଏହି ଯୋଜନା ଦ୍ୱାରା ଅସଂଗଠିତ ଶ୍ରମିକମାନଙ୍କ ଭବିଷ୍ୟତ ନିରପଦ ହେବ।