Hot Posts

6/recent/ticker-posts

ବିପର୍ଯ୍ୟୟ ପୀଡ଼ିତ ପାଇଁ ୧୫୫୫ କୋଟିର କେନ୍ଦ୍ରୀୟ ସହାୟତା

 

କେନ୍ଦ୍ର ସରକାର ବନ୍ୟା, ଭୂସ୍ଖଳନ ଏବଂ ଘୂର୍ଣ୍ଣିଝଡ଼ର ପ୍ରଭାବିତ ୫ଟି ରାଜ୍ୟ ପାଇଁ ୧୫୫୪.୯୯ କୋଟି ଟଙ୍କାର ଅତିରିକ୍ତ ସହାୟତା ମଞ୍ଜୁର କରିଛି। ଏହି ନିଷ୍ପତ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ନେଇଛି।NDRF ଅଧୀନରେ ଏହି ଅର୍ଥ ମଞ୍ଜୁର କରାଯାଇଥିବାର ସୂଚନା ଅମିତ ଶାହା ଏକ୍ସ ଜରିୟାରେ ଦେଇଛନ୍ତି। ବନ୍ୟା ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟର ପ୍ରଭାବକୁ ମଧ୍ୟ ଦୃଷ୍ଟିରେ ରଖି ଏହି ସହାୟତା ଘୋଷଣା କରାଯାଇଛି।