ନୂଆଦିଲ୍ଲୀ, ୨୩ ଫେବୃଆରୀ – ଭାରତୀୟ ପଶୁପାଳନ ନିଗମ ଲିମିଟେଡ୍ (BPNL) ଦ୍ୱାରା ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ ଆବେଦନ ଆମନ୍ତ୍ରଣ କରାଯାଇଛି। ଏହି ନିଯୁକ୍ତି ଅଧିନେ ମୋଟ ୨,୧୫୨ଟି ପଦବୀ ପୂରଣ କରାଯିବ। ଯେଉଁ ପ୍ରାର୍ଥୀମାନେ ଆବଶ୍ୟକ ଯୋଗ୍ୟତା ରଖନ୍ତି, ସେମାନେ ୧୨ ମାର୍ଚ୍ଚ ୨୦୨୫ ପୂର୍ବରୁ ଅଫିସିଆଲ ୱେବସାଇଟ୍ bharatiyapashupalan.com ରେ ଆବେଦନ କରିପାରିବେ।
ଖାଲି ପଦବୀ:
ପଶୁପାଳନ ଫାର୍ମ ନିବେଶ ଅଧିକାରୀ – ୩୬୨ ପଦବୀ
ପଶୁପାଳନ ଫାର୍ମ ନିବେଶ ସହାୟକ – ୧୪୨୮ ପଦବୀ
ପଶୁପାଳନ ଫାର୍ମ ପରିଚାଳନା ସହାୟକ – ୩୬୨ ପଦବୀ
ଯୋଗ୍ୟତା ମାନଦଣ୍ଡ:
ପଶୁପାଳନ ଫାର୍ମ ନିବେଶ ଅଧିକାରୀ: ଏକ ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ
ପଶୁପାଳନ ଫାର୍ମ ନିବେଶ ସହାୟକ: ୧୨ମ ଶ୍ରେଣୀ ପାସ
ପଶୁପାଳନ ଫାର୍ମ ପରିଚାଳନା ସହାୟକ: ୧୦ମ ଶ୍ରେଣୀ ପାସ
ମାସିକ ବେତନ:
ପଶୁପାଳନ ଫାର୍ମ ନିବେଶ ଅଧିକାରୀ: ₹୩୮,୨୦୦
ପଶୁପାଳନ ଫାର୍ମ ନିବେଶ ସହାୟକ: ₹୩୦,୫୦୦
ପଶୁପାଳନ ଫାର୍ମ ପରିଚାଳନା ସହାୟକ: ₹୨୦,୦୦୦
ଚୟନ ପ୍ରକ୍ରିୟା:
ପ୍ରାର୍ଥୀମାନଙ୍କୁ ଆଦ୍ୟାପ୍ତ ନିବାଚନ ପ୍ରକ୍ରିୟା ଅନୁସରେ ଚୟନ କରାଯିବ, ଯେଉଁଥିରେ ଅନଲାଇନ ପରୀକ୍ଷା ଏବଂ ସାକ୍ଷାତକାର ଅନ୍ତର୍ଭୁକ୍ତ ରହିବ।
ଅନଲାଇନ ପରୀକ୍ଷା – ୫୦ ମାର୍କ
ସାକ୍ଷାତକାର – ୫୦ ମାର୍କ
ପ୍ରାର୍ଥୀମାନଙ୍କୁ ଉଭୟ ପରୀକ୍ଷାରେ ଅତି କମରେ ୫୦% ନମ୍ବର ଅବଶ୍ୟକ।
ଆବେଦନ ପ୍ରକ୍ରିୟା:
1. ଅଫିସିଆଲ ୱେବସାଇଟ bharatiyapashupalan.com ପରିଦର୍ଶନ କରନ୍ତୁ।
2. "Apply Online" ଲିଙ୍କରେ କ୍ଲିକ କରନ୍ତୁ।
3. ଆବେଦନ ଫର୍ମ ସଠିକ ଭାବରେ ପୂରଣ କରନ୍ତୁ।
4. ଆବଶ୍ୟକୀୟ ଡକ୍ୟୁମେଣ୍ଟ (ଫଟୋ, ଦସ୍ତଖତ) ଅପଲୋଡ କରନ୍ତୁ।
5. ଅନଲାଇନ ମାଧ୍ୟମରେ ଫିସ୍ ଜମା କରନ୍ତୁ।
6. ପ୍ରିଣ୍ଟ ଆଉଟ ସଂରକ୍ଷିତ କରନ୍ତୁ।
ଆବେଦନ ପାଇଁ ଅନ୍ତିମ ସମୟ ୧୨ ମାର୍ଚ୍ଚ ୨୦୨୫।