Hot Posts

6/recent/ticker-posts

ଲାଞ୍ଜିଗଡ଼ରେ ଦନ୍ତାହାତୀ ଉପଦ୍ରବ: ଲୋକେ ଆତଙ୍କରେ କାଟୁଛନ୍ତି ରାତି


 ଲାଞ୍ଜିଗଡ଼, ୨୩ ଫେବୃଆରି: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ତୁର୍କା ଗ୍ରାମରେ ଏକ ଏକୁଟିଆ ଦନ୍ତାହାତୀ ଉପସ୍ଥିତି ଜଣାପଡିଛି, ଯାହା ଦିନେ ଜଙ୍ଗଲରେ ରହି ସଂଧ୍ୟା ହେଲେ ଗାଁ ମୁହାଁ ହେଉଛି। ଏହା ଫଳରେ ଗ୍ରାମବାସୀ ଗଭୀର ଆତଙ୍କରେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି। ଗତ ମାସରେ ଏହି ଦନ୍ତା ଲାଞ୍ଜିଗଡ଼ର କାଦମାଳି ଗ୍ରାମରେ ଦୁଇ ଜଣ ବୃଦ୍ଧଙ୍କୁ ହତ୍ୟା କରିଥିଲା, ଯାହା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ମିଶି ଯାଇନାହିଁ।

ଗ୍ରାମବାସୀ ରାତିରେ ନିଆଁଜାଳି ରାହୁଛନ୍ତି

ତୁର୍କା ଗ୍ରାମରେ ମଧ୍ୟ ହାତୀ ଉପଦ୍ରବ ମଧ୍ୟରେ ଲୋକେ ରାତିରେ ନିଆଁଜାଳି ରାହିବାକୁ ନିୟତ ହୋଇଛନ୍ତି। ଏହି ଏକୁଟିଆ ଦନ୍ତା ଗତ ୨୧ ଦିନ ଧରି ଲାଞ୍ଜି ପଞ୍ଚାୟତ ଅଞ୍ଚଳରେ ଘୁରିବୁଲୁଛି। ଗ୍ରାମବାସୀଙ୍କ ମତାନୁସାରେ, ପ୍ରତ୍ୟେକ ରାତିରେ ଏହା ଗାଁ ମୁହାଁ ହୋଇ ହୁଁକାର ଦେଉଛି। ଘର ଭାଙ୍ଗିବା, ଫସଲ ନଷ୍ଟ କରିବା ଓ ଧନଜୀବନ ହାନି କରିବା ଏହି ଦନ୍ତାହାତୀ ରୁ ଜଣାପଡ଼ୁଥିବା ମୁଖ୍ୟ ସମସ୍ୟା।

ବନବିଭାଗ ନିଷ୍କ୍ରିୟ, ଲୋକଙ୍କ ମଧ୍ୟରେ ନାରାଜୀ

ଏହି ଉପଦ୍ରବ ଅଞ୍ଚଳରେ ଚିନ୍ତାର କାରଣ ହୋଇଥିବାବେଳେ, ବନବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଉଚିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏସିଏଫ ନରୋତ୍ତମ ମାଝୀ କହିଛନ୍ତି ଯେ ଏହି ଅଞ୍ଚଳ ତାଙ୍କ ସେକ୍ସନରେ ନାହିଁ, ଏହା ଭବାନୀପାଟଣା ଉତ୍ତର ବନଖଣ୍ଡ ଅନ୍ତର୍ଗତ। ଏହି ଉପଦ୍ରବରୁ ରକ୍ଷା ପାଇଁ ଏବଂ ଏହାର ରୋକଥାମ ପାଇଁ ଜିଲା ପ୍ରଶାସନ ଓ ବନବିଭାଗକୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।


ଗ୍ରାମବାସୀଙ୍କ ଦାବି:


1. ହାତୀ ନିୟନ୍ତ୍ରଣ ପାଇଁ ବନବିଭାଗ ତୁରନ୍ତ ପଦକ୍ଷେପ ନିଅଉ।



2. ହାତୀ ଉପଦ୍ରବ ଜନିତ କ୍ଷତିପୂରଣ ପ୍ରଦାନ କରାଯାଉ।



3. ଗ୍ରାମବାସୀଙ୍କୁ ସୁରକ୍ଷା ବ୍ୟବସ୍ଥା ଦିଆଯାଉ।




ଏବେ ପର୍ଯ୍ୟନ୍ତ ଜିଲା ପ୍ରଶାସନ କିଛି କାର୍ଯ୍ୟନୁଷ୍ଠାନ ନେଇନଥିବା ବେଳେ, ଅଞ୍ଚଳବାସୀ ଆତଙ୍କରେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି।