ଓଡ଼ିଶା ସରକାର ମାଣ୍ଡିଆ ଏବଂ ମହୁଲରୁ ମଦ ପ୍ରସ୍ତୁତିକୁ ପ୍ରୋତ୍ସାହନ ଦେବାକୁ ନୂଆ ଅବକାରୀ ନୀତି ଆଣିବାକୁ ଯୋଜନା କରୁଛି। ଏଥିପାଇଁ ଏହି ଖେତ୍ରରେ ରୁଚି ଦେଖାଉଥିବା କମ୍ପାନୀମାନଙ୍କୁ ସରକାର ସବ୍ସିଡି ଯୋଗାଇଦେବ।ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏହି ନୂଆ ଅବକାରୀ ନୀତି ଉପରେ ଚର୍ଚ୍ଚା ହୋଇଛି। ଏଥିସହ ମଦ ପ୍ରସ୍ତୁତକାରୀ କମ୍ପାନୀ, ହୋଟେଲ ଓ ରେସ୍ତୋରା ଖାତିରେ ସହଜ ନିୟମ, ଉତ୍କର୍ଷ ଓଡ଼ିଶା ଅଭିଯାନ ଓ ମିଲେଟ୍ଭିତ୍ତିକ ପାନୀୟ ପ୍ରସ୍ତୁତି ଉପରେ ମତାମତ ଗ୍ରହଣ କରାଯାଇଛି।ନୂଆ ଅବକାରୀ ନୀତି ରାଜ୍ୟର ଅର୍ଥନୀତିକୁ ସୁସ୍ଥ କରିବା ସହ ବ୍ୟବସାୟ ଓ ନିବେଶକୁ ଆକୃଷ୍ଟ କରିବ।