Hot Posts

6/recent/ticker-posts

ପ୍ରୟାଗରାଜ ମହାକୁମ୍ଭ: ଜଳଗୁଣବତ୍ତା ଉପରେ ଗଭୀର ଚିନ୍ତା

 

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଦ୍ୱାରା ଦାଖଲ ଏକ ରିପୋର୍ଟ ଅନୁଯାୟୀ, ପ୍ରୟାଗରାଜ ମହାକୁମ୍ଭ ସ୍ଥଳୀରେ ଗଙ୍ଗା ଏବଂ ଯମୁନା ନଦୀର ପାଣି ସ୍ନାନ ପାଇଁ ଉପଯୁକ୍ତ ନୁହେଁ। ଜାନୁଆରୀ ୯ରୁ ୨୧ ମଧ୍ୟରେ ୭୩ଟି ସ୍ଥାନରୁ ନମୁନା ନିଆଯାଇଥିଲା, ଯେଉଁଥିରେ ପାଣି ଗାଧୋଇବା ପାଇଁ ମଧ୍ୟ ଉପଯୁକ୍ତ ନଥିଲା।

ଏହି ଅବସ୍ଥା ଉପରେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରକାରଙ୍କୁ ସିଧାସଳଖ ଦାୟୀ କରି ପ୍ରଶାସନୀୟ ଅସଫଳତା ଉପରେ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଏନଜିଟି ପୂର୍ବରୁ ଜଳଗୁଣବତ୍ତା ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ସରକାର ପ୍ରାଥମିକ ବ୍ୟବସ୍ଥା ନେଇପାରିଲା ନାହିଁ।ସେ ଏହି ଅବସ୍ଥାକୁ ଗମ୍ଭୀର ଭାବେ ନେଇ ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ, ଗଙ୍ଗା ଏବଂ ଯମୁନାର ପବିତ୍ରତା ରକ୍ଷା କରିବା ସରକାରର ପ୍ରଥମ ପ୍ରାଥମିକତା ହେବା ଉଚିତ।