ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (AAP) ମୁହଁମାଥା ଖାଇଥିବାପରେ, ଅରବିନ୍ଦ କେଜରିୱାଲଙ୍କ ଭବିଷ୍ୟତ ନେଇ ଅନେକ ଚର୍ଚ୍ଚା ହେଉଥିଲା। ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ କି? ଏହି ପ୍ରଶ୍ନ ଉଠିଥିଲା। କିନ୍ତୁ ପଞ୍ଜାବ ସମ୍ପ୍ରତିମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏହି ଗୁଜବ ଖାରଜ କରିଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି, "ଏହା କେବଳ ଅଫବାହି, କେଜରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ନାହିଁ"।ଦିଲ୍ଲୀ ନିର୍ବାଚନରେ AAP ର ୨୭ ବର୍ଷର ଶାସନ ଅବସାନ। ଭାଜପା ୭୦ରୁ ୪୮ ଆସନ ଜିତି ଦିଲ୍ଲୀରେ କ୍ଷମତାକୁ ଫେରିଛି, ଯେଉଁଥିରେ AAP ମାତ୍ର ୨୨ ଆସନ ପାଇଛି। ଏହି ପରାଜୟ ପରେ, ଦଳର ନେତୃତ୍ୱରେ ପରିବର୍ତ୍ତନ ଆସିପାରେ କି, କେଜରିୱାଲ ପଞ୍ଜାବ ନେଇ ନୂଆ ଯୋଜନା କରୁଛନ୍ତି କି— ଏହା ନେଇ ଚର୍ଚ୍ଚା ହେଉଥିଲା।
ଭଗବନ୍ତ ମାନ ଏହି ଚର୍ଚ୍ଚା ଅସ୍ୱୀକାର କରି କହିଛନ୍ତି, "ଏହା ଗୁଜବ ଏବଂ ଏଥିରେ କୌଣସି ସତ୍ୟତା ନାହିଁ"।