‘ଲେଡି ଡନ୍’ ଜୋୟା ଖାନ୍ ଗିରଫ, ୨୨୫ ଗ୍ରାମ୍ ହେରୋଇନ୍ ଜବତ
ବର୍ଷ ଧରି ପୋଲିସର ପହଞ୍ଚ ବାହାରେ ରହିଥିବା ଗ୍ୟାଙ୍ଗଷ୍ଟର ହାଶିମ୍ ବାବାଙ୍କ ବେଗମ୍ ଜୋୟା ଖାନ୍ ଶେଷରେ ଦିଲ୍ଲୀ ପୋଲିସ୍ର ସ୍ପେଶାଲ ସେଲ୍ ଜାଲରେ ପଡ଼ିଛନ୍ତି। ୩୩ ବର୍ଷୀୟା ଏହି ‘ଲେଡି ଡନ୍’ ଡ୍ରଗ୍ସ କାରବାରରେ ଜଡ଼ିତ ଥିବା ଅଭିଯୋଗରେ ଗିରଫ। ତାଙ୍କଠାରୁ ୨୨୫ ଗ୍ରାମ୍ ହେରୋଇନ୍ ଜବତ ହୋଇଛି, ଯାହାର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା।ହାଶିମ୍ ବାବା ଜେଲ୍ ଯିବା ପରେ, ଜୋୟା ଗ୍ୟାଙ୍ଗ୍କୁ ଚଳାଇ ଆସୁଥିଲେ। ସେ ବଟି ଆଦାୟ ଏବଂ ଡ୍ରଗ୍ସ ଚାଲାଣ ରେ ନିୟୋଜିତ ଥିଲେ। ଅନେକ ଅପରାଧ ରେ ଜଡ଼ିତ ସତ୍ତ୍ୱେ, ତାଙ୍କ ସମାଜିକ ଛବି ସ୍ବଚ୍ଛ ରଖିବାକୁ ଚେଷ୍ଟା କରୁଥିଲେ। ବିଳାସପୂର୍ଣ୍ଣ ଜୀବନଯାପନ, ସାମାଜିକ କାର୍ଯ୍ୟକ୍ରମ ଏବଂ ସୋସିଆଲ୍ ମିଡିଆରେ ଜୋୟା ଜଣାଶୁଣା ଥିଲେ।