ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର (CEC) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୯ ଜାନୁଆରୀ ୨୬ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ମଙ୍ଗଳବାର ରାଜୀବ କୁମାର ଅବସର ନେବା ପରେ, ବୁଧବାର ଜ୍ଞାନେଶ କୁମାର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି।ପୂର୍ବତନ CEC ରାଜୀବ କୁମାର ୨୦୨୦ ସେପ୍ଟେମ୍ବର ୧ରେ ନିର୍ବାଚନ କମିଶନର ଭାବେ ଯୋଗଦେଇଥିଲେ ଏବଂ ୨୦୨୨ ମେ’ ୧୫ରେ ୨୫ତମ CEC ହୋଇଥିଲେ। ସେ ନିର୍ବାଚନ ପ୍ରଣାଳୀ ସୁଧାର, ସଂସ୍ଥାଗତ ବିକାଶ ଏବଂ ଅନ୍ତର୍ଜାତୀୟ ସହଯୋଗ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହନ କରିଥିଲେ।
ନୂଆ CEC ଜ୍ଞାନେଶ କୁମାର ଆଗାମୀ ଲୋକସଭା ନିର୍ବାଚନ ୨୦୨୪ କୁ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ।