ଚୀନ୍ ଏହି ପଦକ୍ଷେପକୁ ସଂରକ୍ଷଣାତ୍ମକ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ନିୟମାବଳୀ ପ୍ରତିକୂଳ ବୋଲି ଉଦ୍ବେଗ ପ୍ରକାଶ କରିଛି। ଏହା ଚୀନ୍ର ମୂଖ୍ୟ ରପ୍ତାନି ସାମଗ୍ରୀକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏକ ପକ୍ଷପାତୀ ନୀତି ବୋଲି ବେଜିଂ କହିଛି।
ଏହି ଟାରିଫ୍ ଲାଗୁ କରିବାର ପ୍ରାଥମିକ ଉଦ୍ଦେଶ୍ୟ ଅବୈଧ ମାଦକ ଦ୍ରବ୍ୟ ଓ ତାହାର ରାସାୟନିକ ଉପାଦାନ ଆମେରିକାକୁ ପ୍ରବେଶ ରୋକିବା। ଟ୍ରମ୍ପ୍ ଚୀନ୍ରୁ ଆସୁଥିବା ଫେଣ୍ଟାନିଲ୍ ଭଳି ଘାତକ ଦ୍ରବ୍ୟ ଉପରେ ବୃହତ୍ ନିୟନ୍ତ୍ରଣ ଲାଗୁ କରିବାକୁ ଚାହୁଁଛନ୍ତି।
ଏହି ପ୍ରସଙ୍ଗରେ ଆମେରିକାର ଖୁଚୁରା ବିକ୍ରେତା ଏବଂ ମାଲ୍ ପରିବହନ କମ୍ପାନୀଗୁଡ଼ିକ ମଧ୍ୟ ଚିନ୍ତିତ। ବେଜିଂ ଏହି ନୀତି ପୁନଃବିଚାର ପାଇଁ ଆମେରିକା ସହ ବାଣିଜ୍ୟ ପରାମର୍ଶ ଆବଶ୍ୟକ ବୋଲି ଅନୁରୋଧ କରିଛି।
ଆମେରିକା-ଚୀନ୍ ଟ୍ରେଡ୍ ଯୁଦ୍ଧ ଆଗକୁ ଆଉ କେତେ ତିବ୍ର ହେବ? ଜାଣିବା ପାଇଁ ଅପେକ୍ଷା!