Hot Posts

6/recent/ticker-posts

ପାକିସ୍ତାନରେ ପୁଣି ଥରେ ତ୍ରିରଙ୍ଗା ଅପମାନ! କରାଚୀ ଷ୍ଟାଡିୟମର ଭିଡିଓ ଭାଇରାଲ

 

ପାକିସ୍ତାନ ପୁଣି ଥରେ ଭାରତୀୟ ପତାକା ଅପମାନ କରିଛି। ନିକଟରେ କରାଚୀ ଷ୍ଟାଡିୟମର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଭାରତୀୟ ପତାକା ଉତ୍ତୋଳନ ନହୋଇଥିବା ସ୍ପଷ୍ଟ ହୋଇଛି, ଯେତେବେଳେ ଅନ୍ୟ ୭ ଦଳର ପତାକା ଦୃଶ୍ୟମାନ ଥିଲା।ଏବେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଗଦ୍ଦାଫି ଷ୍ଟାଡିୟମରେ ଜଣେ ବ୍ୟକ୍ତି ଭାରତୀୟ ପତାକାକୁ ଓଲଟା ଧରି ଉତ୍ତୋଳନ କରୁଥିବା ଦେଖାଯାଉଛି। ଅନ୍ୟ ଦେଶର ପତାକା ସଠିକ ଭାବରେ ରଖାଯାଇଥିବା ଦେଖି ଭାରତୀୟ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।ସୋସିଆଲ ମିଡିଆରେ ଏହି ଘଟଣା ନେଇ ତୀବ୍ର ପ୍ରତିକ୍ରିୟା ମିଳୁଛି। ପିସିବି ଜାଣିଶୁଣି ଏହି କାର୍ଯ୍ୟ କରୁଛି ବୋଲି ଅନେକେ ଅଭିଯୋଗ କରୁଛନ୍ତି।