Hot Posts

6/recent/ticker-posts

ଟ୍ରମ୍ପଙ୍କ ନୂଆ ନିଷ୍ପତ୍ତି: ମହିଳାଖେଳରେ ଟ୍ରାନ୍ସଜେଣ୍ଡର ଙ୍କ ନୋ ଏଣ୍ଟ୍ରି

ଓ୍ବାଶିଂଟନ, ୬।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ନୂଆ ଅଧ୍ୟାଦେଶ ଅନୁଯାୟୀ, ଟ୍ରାନ୍ସଜେଣ୍ଡର ଖେଳାଳିମାନେ ମହିଳା ବର୍ଗର ଖେଳରେ ଭାଗ ନେଇପାରିବେ ନାହିଁ।

ଏହି ନିଷ୍ପତ୍ତି ସେମାନଙ୍କ ଉପରେ ଲାଗୁ ହେବ, ଯେଉଁମାନେ ଜନ୍ମ ସମୟରେ ପୁରୁଷ ଥିଲେ, କିନ୍ତୁ ପରେ ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଛନ୍ତି। ଟ୍ରମ୍ପ ଏହି ମୁଦ୍ଦାକୁ ନିଜ ଅଭିଯାନର ଏକ ପ୍ରମୁଖ ଭାଗ କରିଥିଲେ ଏବଂ କହିଥିଲେ, "ପୁରୁଷମାନେ ମହିଳାଙ୍କ ସ୍ପର୍ଧାରୁ ଅଲଗା ରହିବା ଉଚିତ"।

ଏହି ଆଦେଶକୁ ନେଇ ସମର୍ଥନ ଏବଂ ବିରୋଧ ଉଭୟ ପ୍ରକାଶ ପାଇଛି। କେତେକ ମହିଳା ଖେଳାଳି ଏହାକୁ ନ୍ୟାୟସଙ୍ଗତ ମାନିଛନ୍ତି, ଯେତେବେଳେ ଅନେକ ମନବାଧିକାର ସଂଗଠନ ଏହାକୁ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଏକ ଆଘାତ ବୋଲି କହିଛନ୍ତି। ଟ୍ରମ୍ପଙ୍କ ଏହି ନୂଆ ନିୟମ ଏବେ ବିବାଦର କେନ୍ଦ୍ରବିନ୍ଦୁ ହୋଇଯାଇଛି।