Hot Posts

6/recent/ticker-posts

ନାଇଜେରିଆ ର ଇସ୍ଲାମିକ୍ ସ୍କୁଲ୍ ରେ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୧୭ ଶିଶୁ

ଅବୁଜା, ୬ /୧ : ଉତ୍ତରପଶ୍ଚିମ ନାଇଜେରିଆର ଜାମଫରା ରାଜ୍ୟର କୌରା ନାମୋଡା ଜିଲାରେ ଏକ ମାର୍ମିକ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ଅଜଣା କାରଣରୁ ଇସ୍ଲାମିକ୍‌ ସ୍କୁଲ୍‌ରେ ଭୟାନକ ଅଗ୍ନି ଲାଗିଯାଇ ୧୭ ଜଣ ଶିଶୁ ଜୀବନ ହରାଇଛନ୍ତି। ଏହି ଦୁଃଖଦ ଘଟଣା ସମଗ୍ର ଦେଶରେ ଶୋକର ଛାୟା ଖେଳାଇଛି।

ସ୍ଥାନୀୟ ସୂଚନା ଅନୁଯାୟୀ, ନିଆଁ ଲାଗିବା ସମୟରେ ସ୍କୁଲ୍‌ ଭିତରେ ପ୍ରାୟ ୧୦୦ ଜଣ ଛାତ୍ର-ଛାତ୍ରୀ ଉପସ୍ଥିତ ଥିଲେ। ଅନେକ ଛାତ୍ର ଆପଣାପେ ଉଦ୍ଧାର ହୋଇଥିବା ସତ୍ୱେ, ଗୁରୁତର ଆହତ ୧୭ ଜଣ ଶିଶୁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସେମାନେ ବଞ୍ଚିପାରିଲେନି।

ନାଇଜେରିଆ ରାଷ୍ଟ୍ରପତି ବୋଲା ଟିନୁବୁ ଏହି ଦୁଃଖଦ ଘଟଣା ପ୍ରତି ଗଭୀର ଶୋକ ପ୍ରକାଶ କରି ମୃତ୍ୟୁବରଣ କରିଥିବା ପିଲାଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ ସମସ୍ତ ସ୍କୁଲ୍‌କୁ ଶିଶୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଆହ୍ବାନ କରିଛନ୍ତି। ଏଥିସହ ସରକାର ଏହି ଅଗ୍ନିକାଣ୍ଡର ତଦନ୍ତ ଚଳାଇଁ ଘଟଣାର ଅସଲ କାରଣ ଖୋଜିବାକୁ ଲାଗିଛି।

ଏହି ମାର୍ମିକ ଅପରାଣ୍ଡ ଆଉ କେତେ ଶିଶୁଙ୍କ ଜୀବନକୁ ପ୍ରଭାବିତ କରିଛି, ଏବଂ ଏହାର ଉପରେ ଆଗାମୀ ପ୍ରଭାବ କଣ ହେବ? ସେଥିପାଇଁ ଆଗାମୀ ଦିନରେ ଅଧିକ ସୂଚନା ଆଶା କରାଯାଉଛି।