ରାଜସ୍ଥାନ ବିଧାନସଭାର ବଜେଟ ଅଧିବେଶନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦାଦି କହି ଏକ ବିବାଦସ୍ପଦ ମନ୍ତବ୍ୟ ହୋଇଥିବାରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହି ଅଭିଯୋଗ ଉପରେ ବିରୋଧୀ ବିଧାୟକମାନେ ଜୋରଦାର ଆପତ୍ତି ଜଣାଇଥିଲେ।ବାଚସ୍ପତି ବିରୋଧୀ ହଟ୍ଟଗୋଳ ଦେଖି ୬ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରିଥିବା ବେଳେ, କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂହ ଡୋଟାସରା ଏହାକୁ ଅନ୍ୟାୟ ବୋଲି କହିଛନ୍ତି। ଅଶୋକ ଗେହଲଟ ଭାଜପା ସରକାର ଉପରେ ଆକ୍ରମଣ କରି ବାକ୍ୟବାଣ ଛାଡିଛନ୍ତି।ବିଧାନସଭା ବାଚସ୍ପତି ହଟ୍ଟଗୋଳ ଦେଖି ସୋମବାର ପର୍ଯ୍ୟନ୍ତ ଅଧିବେଶନ ସ୍ଥଗିତ କରିଦେଇଛନ୍ତି।