ପରୀକ୍ଷା ଚାପ କମାଇବା ଏବଂ ଛାତ୍ରୀଛାତ୍ରଙ୍କୁ ଅଧିକ ସୁଯୋଗ ଦେବା ପାଇଁ CBSE ଦଶମ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର କରିବାର ନିଷ୍ପତ୍ତି ନେଇଛି। ଏହି ନୂତନ ବ୍ୟବସ୍ଥା 2026-27 ଶିକ୍ଷାବର୍ଷରୁ ଲାଗୁ ହେବ। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ଚାପ ରହିତ ଭାବରେ ପ୍ରସ୍ତୁତି କରିବେ ଏବଂ ଏକାଧିକ ସୁଯୋଗ ଦ୍ୱାରା ଉତ୍ତମ ପ୍ରଦର୍ଶନ କରିପାରିବେ।
ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସାରାଂଶ ମୁଖସ୍ଥ କରିବା ପରିବର୍ତ୍ତେ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯିବ। CBSE ବିଦେଶରେ ଥିବା 260ଟି ସ୍କୁଲ ପାଇଁ ବୈଶ୍ୱିକ ପାଠ୍ୟକ୍ରମ ମଧ୍ୟ ଲାଗୁ କରିବ। ଏହି ପ୍ରସ୍ତାବ ସମ୍ପର୍କରେ 24 ତାରିଖରେ ଜନମତ ଗ୍ରହଣ ହେବ। CBSE ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଏହି ପରିବର୍ତ୍ତନ ପାଇଁ ପ୍ରଶିକ୍ଷଣ ଦେବ। ଏହା ଛାତ୍ରୀଛାତ୍ରଙ୍କୁ ନୂତନ ଅବସର ଦେବା ସହ ଚାପମୁକ୍ତ ପାଠପଢ଼ା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।