Hot Posts

ରାଜ୍ୟରେ ଏବେଠାରୁ "ଭୂତ ରାଶନ କାର୍ଡ" ବନ୍ଦ, e-KYC ପରେ ୩.୨୮ ଲକ୍ଷ ରାଦ୍ଦ

 

ରାଜ୍ୟରେ ୩,୨୮,୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରହିଥିବା ଭୂତ ରାଶନ କାର୍ଡ e-KYC ପରେ ବାଦ ଦିଆଯାଇଛି। ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ତଥ୍ୟ ଦେଇଛନ୍ତି। କେନ୍ଦୁଝରରେ ସର୍ବାଧିକ ୩୫,୫୫୦ ଜଣ ଏବଂ ଗଞ୍ଜାମରେ ୨୫,୭୮୯ ଜଣ ଭୂତ ରାଶନକାର୍ଡଧାରୀ ଚିହ୍ନଟ ହୋଇଛନ୍ତି।ସେହିପରି, ମୟୁରଭଞ୍ଜ, ରାୟଗଡ଼ା ଓ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଅନେକ ଅଯୋଗ୍ୟ ରାଶନକାର୍ଡ ବାଦ କରାଯାଇଛି। ୧୬,୧୮୪ ଅଯୋଗ୍ୟ ପରିବାରଙ୍କୁ ମଧ୍ୟ ତାଲିକାରୁ କାଢ଼ି ଦିଆଯାଇଛି। ଏହି ପଦକ୍ଷେପ ରାସନ୍ ପ୍ରଣାଳୀକୁ ଅଧିକ ପରିଷ୍କାର ଏବଂ ପ୍ରଭାବଶାଳୀ କରିବ।