Hot Posts

6/recent/ticker-posts

Rain Alert: ରାଜ୍ୟରେ ୨୦-୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା, କିଛି ଜିଲାକୁ ଅଲର୍ଟ

 

ପାଣିପାଗ ବିଭାଗ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷା ସମ୍ଭାବନା ରହିଥିବା ଜଣାଇଛି। ୨୦ରେ ୩ ଜିଲାକୁ ଅରେଞ୍ଜ ଏବଂ ୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ମିଳିଛି। ୨୧ରେ ୭ ଜିଲାକୁ ଅରେଞ୍ଜ ଏବଂ ୧୨ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କଟକ ଉପରେ ବିଶେଷ ସତର୍କ ସୂଚନା ଦିଆଯାଇଛି।ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ବଜ୍ରପାତ ସହ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ୨୨ ଓ ୨୩ ତାରିଖରେ ଉତ୍ତର ଓ ଉପକୂଳ ଅଞ୍ଚଳରେ ବର୍ଷା ହେବ। ପ୍ରଶାସନ ଏବଂ ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।