ଏହି ପଦକ୍ଷେପ ଦ୍ୱାରା ଏବଂ ଜାତୀୟ ଶିକ୍ଷା ନୀତି (NEP) ଅନୁଯାୟୀ, ଶିକ୍ଷକ ତାଲିମ ଅବଧିକୁ ୫ ବର୍ଷରୁ ଚାରି ବର୍ଷକୁ କମାଇ ଦିଆଯାଇଛି। ଏହା ଅର୍ଥ, ଏଯିଏ ଆସନ୍ତା ଦିନରେ ଦ୍ୱାଦଶ ପରେ ସିଧାସଳଖ B.Ed ପଢ଼ିପାରିବେ ଏବଂ ତାଲିମ ହେଉଥିବା ଶିକ୍ଷକମାନେ ଶୀଘ୍ର ବୃତ୍ତିଗତ ଜୀବନରେ ପ୍ରବେଶ କରିପାରିବେ।
ଏହି ନୂଆ ଯୋଜନାର ଏକ ଅଂଶ ଭାବରେ ରାଜ୍ୟ ସରକାର ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP) ଅନ୍ତର୍ଭୁକ୍ତ କରିଛି। ଏହି କାର୍ଯ୍ୟକ୍ରମ ରାଜ୍ୟର ଅଠଟି ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ, ଯେଉଁଠି ଏହା ନିକଟସ୍ଥ କଲେଜମାନଙ୍କ ସହ ମିଶି କାର୍ଯ୍ୟକାରୀ ହେବ। ଏହା ଆମ ଶିକ୍ଷା ସଂସ୍କାର କୁ ଏକ ନୂଆ ଦିଗ ଦେଖାଇବ ବୋଲି ମନ୍ତ୍ରୀ ଜଣାଇଛନ୍ତି।
କ’ଣ ବଦଳିବ?
ଏବେ ଦ୍ୱାଦଶ ପରେ ସିଧାସଳଖ B.Ed ପଢ଼ିପାରିବେ
ଶିକ୍ଷକ ତାଲିମ ଅବଧି ୫ରୁ ୪ ବର୍ଷକୁ ହ୍ରାସ
ସମନ୍ୱିତ ଶିକ୍ଷା ରୂପରେ ITEP କାର୍ଯ୍ୟକାରୀ
ଅଠଟି ନିର୍ଦ୍ଧାରିତ ପ୍ରତିଷ୍ଠାନରେ ଆରମ୍ଭ
ଜାତୀୟ ଶିକ୍ଷା ନୀତି (NEP) ସହିତ ସମନ୍ୱୟ
ଓଡ଼ିଶାରେ ଏହି ନୂତନ ପଦକ୍ଷେପ ଶିକ୍ଷକ ତାଲିମ ଖେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଅନୁମାନ କରାଯାଉଛି। ITEP ମାଧ୍ୟମରେ ଏହି ନୂତନ ଅଭିଯାନ ଶିକ୍ଷକ ତାଲିମ ଖେତ୍ରରେ ଉନ୍ନତି ଆଣିବ ଏବଂ ଉଚ୍ଚ-ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବ।