Hot Posts

6/recent/ticker-posts

ପାକିସ୍ତାନରେ ଜାଫର ଏକ୍ସପ୍ରେସ ଅପହରଣ: ୧୦୪ ବନ୍ଧକଙ୍କୁ ଉଦ୍ଧାର, ୧୬ BLA ଯୋଦ୍ଧା ନିହତ

ଇସଲାମାବାଦ, ୧୨/୩ : – ପାକିସ୍ତାନର ବେଲୁଚିସ୍ତାନ ରାଜ୍ୟରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରି ବନ୍ଧକ ଗ୍ରହଣ କରିଥିବା ଘଟଣାରେ ନୂଆ ଅପଡେଟ୍ ମିଳିଛି। ଏହି ଟ୍ରେନ କ୍ବେଟାରୁ ପେଶାୱର ଯାଉଥିବା ବେଳେ ଆତଙ୍କବାଦୀମାନଙ୍କ ଲକ୍ଷ୍ୟବସ୍ତୁ ହୋଇଥିଲା।ପାକିସ୍ତାନ ସୁରକ୍ଷା ବାହିନୀ ତୁରନ୍ତ ଏକ ବଡ଼ସଡ଼ ଅପରେଶନ ଆରମ୍ଭ କରିଥିଲା, ଯାହାରେ ଏପର୍ଯ୍ୟନ୍ତ ୧୦୪ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବାମାନଙ୍କ ମଧ୍ୟରେ ୩୧ ଜଣ ମହିଳା ଏବଂ ୧୫ ଜଣ ଶିଶୁ ଅଛନ୍ତି। ସେହିପରି, ଏହି ଅପରେଶନ ଦରମିଆନ ୧୬ ଜଣ BLA ଯୋଦ୍ଧା ମୃତ୍ୟୁବରଣ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀମାନେ ଆଫଗାନିସ୍ତାନରୁ ନିୟନ୍ତ୍ରିତ ହୋଇଥିବା ଏକ ଷଡଯନ୍ତ୍ର ଅଂଶରେ ଅଛନ୍ତି। ଏହି ଆପରେସନ କଠିନ ହେବାର ପ୍ରମୁଖ କାରଣ BLA ମହିଳା ଏବଂ ଶିଶୁମାନଙ୍କୁ ଢାଲ ଭାବରେ ବ୍ୟବହାର କରୁଛି। ଏହି ଉଦ୍ଧାର ଅଭିଯାନକୁ ସୁନିଯୋଜିତ ଏବଂ ସତର୍କତା ସହ କରାଯାଉଛି, କାରଣ ଆତଙ୍କବାଦୀମାନେ ମଧ୍ୟ ଗୁଳିବର୍ଷା କରୁଛନ୍ତି।ସ୍ଥାନୀୟ ସୂଚନା ଅନୁଯାୟୀ, ପାକିସ୍ତାନ ସେନା ଏବେବି ଅପରେଶନ ଜାରି ରଖିଛି ଏବଂ ଆତଙ୍କବାଦୀମାନଙ୍କୁ ଚାରିପାଖରୁ ଘେରି ରଖିଛି। ଗୁଳିଚାଳନା ଏବେବି ଚାଲିଛି, ଏବଂ ବନ୍ଧକ ରହିଥିବା ଅନ୍ୟ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଯୋଜନା ଚାଲିଛି।

ଏହି ଟ୍ରେନ ଅପହରଣ ଘଟଣା ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ପ୍ରତି ଗଭୀର ପ୍ରଶ୍ନ ଉଠାଇଛି ଏବଂ BLA ଦ୍ୱାରା ଅବିରତ ଆତଙ୍କ ନୀତି ଉପରେ ନୂଆ ଆଲୋଚନା ଆରମ୍ଭ କରିଛି।