Hot Posts

6/recent/ticker-posts

ଶ୍ରୀମନ୍ଦିର ସୁରକ୍ଷା ପାଇଁ ବଡ଼ ନିଷ୍ପତ୍ତି, ୧୦୮୩ ପଦବିରେ ନିଯୁକ୍ତି

ପୁରୀ, ୪.୩: ଶ୍ରୀମନ୍ଦିର ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛି। ନୂଆ ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ଗଠନ କରି ଏଥିପାଇଁ ୧୦୮୩ ନୂଆ ପଦବି ସୃଷ୍ଟି କରାଯାଇଛି।

ଏହି ନିଯୁକ୍ତିରେ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀ ଅନ୍ତର୍ଭୁକ୍ତ ରହିବେ। ଏଥିରେ ଷ୍ଟେଟ ଆର୍ମଡ କ୍ୟାଡରରୁ ଏକ କମାଣ୍ଡାଣ୍ଟ, ୨ ଡେପୁଟି କମାଣ୍ଡାଣ୍ଟ, ୧୦ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ୮ ଇନ୍ସପେକ୍ଟର, ୩୧ ସବ୍‌-ଇନ୍ସପେକ୍ଟର, ୨୪ ଆସିଷ୍ଟାଣ୍ଡ ସବ୍‌-ଇନ୍ସପେକ୍ଟର ନିଯୁକ୍ତ ହେବେ।

ଏହା ସହ ସିଭିଲ ପୋଲିସ, PMT କ୍ୟାଡର, ବାଟାଲିଆନ୍‌ କ୍ୟାଡର ଓ ଡିପିଓ କ୍ୟାଡରରୁ ମଧ୍ୟ ଏହି ନୂଆ ସୁରକ୍ଷା ବାହିନୀ ପାଇଁ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ କରାଯିବେ। ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଏକ ବିଶେଷ କମିଟି ନିର୍ଦ୍ଦେଶନାୟ ହେବ, ଯେଉଁଥିରେ ଅତିରିକ୍ତ ଡିଜି, ଆଇଜି, ଡିଆଇଜି ଏବଂ ପୁରୀ ଏସପି ମୁଖ୍ୟ ଭୂମିକା ନେବେ।

ଏହି ନୂଆ ପଦକ୍ଷେପ ଶ୍ରୀମନ୍ଦିରର ଦର୍ଶନ ବ୍ୟବସ୍ଥା ଏବଂ ପରିସରର ସୁରକ୍ଷାକୁ ଆହୁରି ମଜବୁତ କରିବା ସହିତ, ଅନେକ ଯୁବାଙ୍କ ପାଇଁ ରୋଜଗାର ସୃଷ୍ଟି କରିବ।