ଭୁବନେଶ୍ୱର, ୩/୩ : ମାର୍ଚ୍ଚ ୫ରେ ଓଡିଶାରେ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସ ଏବର୍ଷ ରଦ୍ଦ କରାଯାଇଛି। ଏହି ଦିବସକୁ ଜାତୀୟ ପଞ୍ଚାୟତିରାଜ ଦିବସ ସହ ଏକତ୍ର କରି ଏପ୍ରିଲ ୨୪ରେ ପାଳନ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ଭାବେ ସୂଚନା ଜାରି କରାଯାଇଛି।
ପ୍ରତିବର୍ଷ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ଓଡିଶାରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇ ଆସୁଥିଲା। କିନ୍ତୁ ଜାତୀୟ ଓ ରାଜ୍ୟସ୍ତରରେ ଥିବା ଅସମନ୍ୱୟକୁ ଦୂର କରିବା ଏବଂ ଏକତା ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସ୍ପଷ୍ଟ କରିଛି ଯେ, ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ ୫ରେ ପୂର୍ବବତ ଆଡ଼ମ୍ବର ସହ ପାଳନ କରାଯିବ।