Hot Posts

6/recent/ticker-posts

ଶ୍ରୀମନ୍ଦିରରେ ଅଲୌକିକ ଘଟଣା! ପତିତପାବନ ବାନାରେ ଦେଖା ଦେଲା ଶୂନ୍ୟ ଗଣ୍ଠି

ପୁରୀ, ୧୭/୩ : ପୁରୀ ଶ୍ରୀମନ୍ଦିରରେ ଏକ ଦୁର୍ଲଭ ଦୃଶ୍ୟ! ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିଥିବା ଦେଖି ଭକ୍ତମାନେ ଅଚମ୍ବିତ ହୋଇପଡ଼ିଛନ୍ତି। ସୋମବାର ସକାଳେ ଏହି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ଅନେକେ ଶୁଭ ସୂଚନା ଭାବେ ବିବେଚନା କରୁଛନ୍ତି।

ପତିତପାବନ ବାନାରେ ଏହି ଶୂନ୍ୟ ଗଣ୍ଠି ପଡିବାକୁ ଏକ ଦୁର୍ଲଭ ଘଟଣା ଭାବେ ଦେଖାଯାଏ। ମନ୍ଦିରର ଚୂନରା ସେବକମାନେ କହିଛନ୍ତି ଏହା ଅତ୍ୟନ୍ତ ଶୁଭଦାୟକ। ଏହାକୁ ଭବିଷ୍ୟତ୍‌ରେ ମଙ୍ଗଳମୟ ଘଟଣାର ସୂଚନା ଭାବେ ମନାଯାଏ। ପୁରାତନ ଅଖଣ୍ଡ ପ୍ରଥା ଅନୁସାରେ, ଯଦି ଶୂନ୍ୟ ଗଣ୍ଠି ଘରେ ରଖାଯାଏ, ତାହାଲେ ବ୍ୟାଧି ଓ ବିପଦ ଦୂର ହୋଇଥାଏ।

ଏହି ଦୁର୍ଲଭ ଘଟଣା ଏହି ସପ୍ତାହର ପ୍ରବଳ ପବନ ଯୋଗୁ ଘଟିଥିବା ବୋଲି ଅନୁମାନ କରାଯାଉଛି। ରବିବାର ତୀବ୍ର ବାୟୁବେଗ ଯୋଗୁ ପତିତପାବନ ବାନାରେ ଏହି ଗଣ୍ଠି ପଡିଯାଇଥିବା ସମ୍ଭାବନା ରହିଛି। ଏହା ଥିଲେ ମଧ୍ୟ ଏହି ଅଲୋୌକିକ ଦୃଶ୍ୟ ଦେଖି ଭକ୍ତମାନେ ଅଗ୍ରହ ଓ ଉତ୍ସାହ ଦେଖାଇଛନ୍ତି।

ମନ୍ଦିର ସେବାୟତମାନେ ଏହି ଶୂନ୍ୟ ଗଣ୍ଠିକୁ ଏକ ଦୈବୀ ସୂଚନା ଭାବେ ଦେଖୁଛନ୍ତି। ଆଜି ସନ୍ଧ୍ୟା ସମୟରେ ପତିତପାବନ ବାନାକୁ ପୁଣିଥରେ ଓହ୍ଳାଯାଇବ। ଏହି ଦୃଶ୍ୟ ଦେଖି ଭକ୍ତମାନେ ମନ୍ଦିର ପରିସରରେ ବଡ଼ ସଂଖ୍ୟାରେ ଜମାହେବାର ଆଶା ରହିଛି।