ଦାରିଙ୍ଗବାଡ଼ି, ୨୮/୩ : – ଓଡିଶାର କନ୍ଧମାଳ ଜିଲ୍ଲା ର ଦାରିଙ୍ଗବାଡ଼ି ବ୍ଲକ୍ର ହାତୀମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ଗ୍ରାଫାଇଟ୍ ଖଣିର ସନ୍ଧାନ ମିଳିଛି। ବ୍ରହ୍ମପୁର ଭୂତତ୍ତ୍ୱ ବିଭାଗର ବୈଜ୍ଞାନିକ ଦଳ ଏବେ ସର୍ଭେ କାର୍ଯ୍ୟକୁ ଜୋରଦାର କରିଛନ୍ତି। ଏଥିସହ ଓଡିଶାର ଖଣିଜ ଭଣ୍ଡାର ଏକ ନୂତନ ଅଧ୍ୟାୟ ଲେଖାଯିବାର ଆଶା ଜନମ ନେଇଛି।
ବୈଜ୍ଞାନିକ ଦଳ ଏପର୍ଯ୍ୟନ୍ତ ୦.୨୫ ସ୍କୋୟାର କିଲୋମିଟର ଅଞ୍ଚଳରେ ଗ୍ରାଫାଇଟ୍ ଉପସ୍ଥିତି ଚିହ୍ନଟ କରିଛନ୍ତି। ଏହି ସର୍ଭେ ଦଳକୁ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶନାୟ ଭୂତତ୍ତ୍ୱବିତ୍ ଲାଜବନ୍ତି ଦେବୀଙ୍କ ନେତୃତ୍ୱରେ ଜଗଜିତ ବେହେରା, ସୌରଭ ପ୍ରଧାନ, ଓ ସର୍ଭେ ଅଫିସର ଗୋପାଳ ଚନ୍ଦ୍ର ସାହୁ ଅଂଶଗ୍ରହଣ କରିଛନ୍ତି।
ଡିଜିଟାଲ ଥିଓଡିଓଲାଇଟ ଯନ୍ତ୍ର ଦ୍ୱାରା ଏହି ସର୍ଭେ ହେଉଛି ଏବଂ ଏପର୍ଯ୍ୟନ୍ତ ଅନେକ ସ୍ଥାନ ଚିହ୍ନଟ ହୋଇଛି। ଏହି କାର୍ଯ୍ୟ ଗତ ୩ ମାସ ଧରି ଚାଲିଥିବା ବେଳେ ଏହାକୁ ସମାପ୍ତ କରିବାକୁ ଆହୁରି ୧୫ ଦିନ ଲାଗିବ।
ଏପର୍ଯ୍ୟନ୍ତ ରାଜ୍ୟର ତୁମୁଡ଼ିବନ୍ଧ ବ୍ଲକ୍ରେ ଗ୍ରାଫାଇଟ୍ ମିଳିଥିଲେ ମଧ୍ୟ, ପରିବେଶ ନଷ୍ଟ ହେବାର ଆଶଙ୍କାରେ ଉତ୍ତୋଳନ ବନ୍ଦ ରହିଥିଲା। ଯଦି ବିଜାଲି ଅଞ୍ଚଳରେ ଏହାର ଉତ୍ତୋଳନ ଆରମ୍ଭ ହୋଇଥାଏ, ତେବେ ଏହା ଓଡିଶାର ପ୍ରଥମ ଗ୍ରାଫାଇଟ୍ ଖଣି ହେବ। ଗ୍ରାଫାଇଟ୍ ଅନେକ ଶକ୍ତିଶାଳୀ ଅସ୍ତ୍ର-ଶସ୍ତ୍ର ତିଆରିରେ ବ୍ୟବହାର ହୋଇଥାଏ ଏବଂ ଏହା ଦେଶର ଔଦ୍ୟୋଗିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ
କୁମ୍ଭାରିପଦର ଅଞ୍ଚଳରେ ଗତ ହୁଦ୍ହୁଦ୍, ତିତିଲି ବାତ୍ୟା ଏବଂ ଭାରି ବର୍ଷାରେ ବାରମ୍ବାର ଭୂସ୍ଖଳନ ହୋଇ ଲୋକମାନେ ହଇରାଣ ହୋଇଥିଲେ। ୨୦୨୩ରେ ଏଠି ଭୂତତ୍ତ୍ୱ ବିଜ୍ଞାନୀମାନେ ପଥର ଏବଂ ମାଟିର ନମୁନା ସଂଗ୍ରହ କରି ପରୀକ୍ଷା କଲାପରେ ଏଠି ଖଣିଜ ଉପସ୍ଥିତ ଥିବା ନିଶ୍ଚିତ ହୋଇଥିଲା। ଏହି ସନ୍ଧାନ ପରେ ସର୍ଭେ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି।
ଏହି ଅଞ୍ଚଳର ଲୋକମାନଙ୍କୁ ଆଶା ଆଛି ଯେ, ଯଦି ଏହା ଉତ୍ତୋଳନ ହୋଇପାରେ, ଏହା ଏଠିର ଅର୍ଥନୈତିକ ସ୍ଥିତିକୁ ଉନ୍ନତ କରିପାରିବ ଏବଂ ଓଡିଶାକୁ ଏକ ନୂତନ ଖଣିଜ ଶକ୍ତି କେନ୍ଦ୍ରରେ ପରିଣତ କରିପାରିବ।