Hot Posts

6/recent/ticker-posts

ଗଞ୍ଜାମରେ ମାରାତ୍ମକ ବାଇକ ଦୁର୍ଘଟଣା: ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି, ୧୧/୩ :  – ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ରାସ୍ତାରେ ଏକ ମାରାତ୍ମକ ବାଇକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଜଣଙ୍କ ମୃତ୍ୟୁ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତ ଅସମ୍ଭାବ୍ୟ ହେଲେ ପାଟପୁର ରାଧାଦେଇପୁର ଗ୍ରାମର ବୁନା ମହାଙ୍କୁଡ (୪୫) ଏବଂ ଗୁରୁତର ଆହତ ହେଲେ କୈଳାସ ସୁଆଁଶିଆ (୩୨)। ସଂଢେପ ଗ୍ରାମରୁ ଫେରୁଥିବା ବେଳେ, ନରସିଂହଗଡ଼ – ପିପିଲିଗୁଡ଼ା ରାସ୍ତାର ବୁଲାଣି ନିକଟରେ ଉଭୟଙ୍କ ବାଇକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲା। ଫଳରେ ବୁନା ଏବଂ କୈଳାସ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ବୁନାଙ୍କୁ ମୃତ ଘୋଷଣା କରିଥିଲେ, ଏବଂ ପ୍ରାଥମିକ ଚିକିତ୍ସା ପରେ କୈଳାସଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି

ଖବର ପାଇ ପାଟପୁର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳୀରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ଦୁର୍ଘଟଣାର ଯଥାଯଥ ତଦନ୍ତ ଚାଲିଛି, ଏବଂ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।ଏହି ଦୁଃଖଦ ଘଟଣା ଆଉ ଥରେ ଏହି କଥା ପ୍ରମାଣ କଲା ଯେ, ରାସ୍ତାରେ ସତର୍କତା ଓ ସୁରକ୍ଷା ନିୟମ ଅନୁସରଣ କରିବା ଅତ୍ୟନ୍ତ ଜରୁରୀ।