ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ବିଦେଶୀ ନିବେଶକମାନେ ବାଂଲାଦେଶ ଠାରୁ ଦୂରେଇ ଯାଉଛନ୍ତି। ଗତ ଛଅ ମାସରେ ବିଦେଶୀ ନିବେଶ ୭୧% କମିଯାଇଛି। ଏହି ସମୟ ମଧ୍ୟରେ ଖାଦ୍ୟ ସାମଗ୍ରୀର ମୂଦ୍ରାସ୍ଫୀତି ୧୦.୭୨% ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ମୂଦ୍ରାସ୍ଫୀତି ୯.୩୨% ହୋଇଯାଇଛି।
ବାଂଲାଦେଶ ସରକାର ଏହି ଅର୍ଥନୈତିକ ଅସ୍ଥିରତାର ସମାଧାନ ନେଇ କୌଣସି ଦୃଢ଼ ପଦକ୍ଷେପ ନେଉନାହାଁନ୍ତି। ବଜାରରେ ନଗଦ ସଂକଟ ଅଧିକ ହୋଇଯାଇଛି, ଲୋକଙ୍କ ଆୟ କମିଯାଇଛି, ଚାକିରି ମିଳିବା ଏବଂ ଅର୍ଥ ସଂଗ୍ରହ କରିବା ଦୁଷ୍କର ହୋଇପଡ଼ିଛି। ଏହି ପରିସ୍ଥିତି ନେଇ ଦେଶର ଲୋକମାନେ ଭିନ୍ନମତ ପ୍ରକାଶ କରିବାର ସହ ରାଜନୈତିକ ଅସନ୍ତୋଷ ବୃଦ୍ଧି ପାଉଛି।
USAID ପରେ ବାଂଲାଦେଶ ପାଇଁ ଦାନ ବନ୍ଦ କରିଥିବା ସ୍ବିଜରଲ୍ୟାଣ୍ଡ ମଧ୍ୟ ଏହି ଅବସ୍ଥାକୁ ଆଉ ଗଭୀର କରିଦେଇଛି। ଏହି ଅବସ୍ଥା ଚାଲିଥିଲେ ବାଂଲାଦେଶର ଅର୍ଥନୀତି ପାକିସ୍ତାନ ପରି ଅବସ୍ଥାରେ ଜିବା ସମ୍ଭାବନା ରହିଛି।
ବାଂଲାଦେଶର ବର୍ତ୍ତମାନ ସମସ୍ୟାର ମୂଳ ମହମ୍ମଦ ୟୁନୁସ୍ଙ୍କ ଅର୍ଥନୈତିକ ନୀତି ନା ରାଜ୍ୟ ନିତି—ଏହା ନେଇ ଚର୍ଚ୍ଚା ଚାଲିଛି। ତଥାପି, ଏହି ଅବସ୍ଥାରୁ କେମିତି ଉଦ୍ଧାର ହେବ, ଏହା ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ଅଛି।