କେନ୍ଦୁଝର, ୪.୩: କେନ୍ଦୁଝର ଜିଲାରେ ବନବିଭାଗ ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟାର ଅଂଶ ଥିବା ଶାରୀରିକ ପରୀକ୍ଷା ସୋମବାର ଆରମ୍ଭ ହୋଇଥିଲା। ଏହି ପରୀକ୍ଷା ନରଣପୁର କାଠ ଡିପୋଠାରୁ କଦଳିପସୀ ଭାୟା ଖୋଳପା ରାସ୍ତା ଧାରା ଅନୁଷ୍ଠିତ ହୋଇଥିଲା, ଯାହା ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଥିଲା।
ଏହି ପରୀକ୍ଷା ସମୟରେ ୧୨.୫ କି.ମି ରାସ୍ତା ଚାଲିବା ପରେ ଜଣେ ପ୍ରତିଯୋଗୀ ବ୍ୟୋମକେଶ ନାଏକ (ହରିଚନ୍ଦନପୁର ବ୍ଲକ, ଓସ୍ତପଙ୍ଗା) ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ, କିନ୍ତୁ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା, ଯେଉଁଠି ସେ ମୃତ୍ୟୁବରଣ କଲେ। ଏହି ସୂଚନା DFO କେନ୍ଦୁଝର ଧନରାଜ ଏଚଡି ପ୍ରଦାନ କରିଛନ୍ତି।
ସମ୍ପ୍ରତି ଖରାର ପ୍ରକୋପ ବଢ଼ିଥିବା ଏବଂ ଦୀର୍ଘ ସମୟ ଧରି ଚାଲିବାରୁ ଶରୀରରେ ପ୍ରଭାବ ପଡିଥିବା ଆଶଙ୍କା କରାଯାଉଛି। ଏହି ଘଟଣା ନେଇ ପରିବେଶ ଅଧିକାରୀ ମାନଙ୍କ ତରଫରୁ ଅଧିକ ତଦନ୍ତ ଚାଲିଛି।