Hot Posts

6/recent/ticker-posts

ଚୋରା ଦେଶୀ ମଦ ମାଫିଆଙ୍କ ରାଜ: ୩୯୬୯ ଲିଟର ଜବତ

ଆଠଗଡ଼, ୧୬ /୩ : କଟକ ଜିଲ୍ଲାର ତିଗିରିଆ ଥାନା ଭିରୁଡ଼ା ଏବଂ ପଣସପାଟଣା ଗ୍ରାମରେ ଅବକାରୀ ଦେପାର୍ଟମେଣ୍ଟ ଏକ ବଡ଼ସଡ଼ ଅଭିଯାନ ଚଳାଇଥିଲା, ଯେଉଁଥିରେ ୩୯୬୯ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି ଏବଂ ୧୮୩୭୫ ଲିଟର ପୋଚ ଧ୍ବଂସ କରାଯାଇଛି। ଏହି ଅଭିଯାନରେ ଆଠରୁ ଅଧିକ ବିଭାଗୀୟ ଅଧିକାରୀ ସାମିଲ ଥିଲେ।

ସ୍ଥାନୀୟ ଅଞ୍ଚଳରେ ଚୋରା ଦେଶୀ ମଦ ବ୍ୟବସାୟ ଏତେ ବ୍ୟାପକ ଭାବରେ ପ୍ରସାରିତ ହୋଇଛି ଯେ ଏହା ଗୋଟିଏ କୁଟୀର ଶିଳ୍ପର ରୂପ ନେଇଛି। ଏଠି ଉତ୍ପାଦିତ ହେଉଥିବା ଦେଶୀ ମଦ କେବଳ ରାଜ୍ୟ ମଧ୍ୟରେ ନୁହେଁ, ବାହାରି ରାଜ୍ୟରେ ମଧ୍ୟ ଚୋରା ଚାଲାଣ କରାଯାଉଛି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ, କିନ୍ତୁ ମଦ ମାଫିଆ ମାନେ ନିର୍ଭୟ ଭାବରେ ତାଙ୍କର କାରବାର ଚଳାଇ ଆସୁଥିଲେ।

ଏହି ବଡ଼ ଅଭିଯାନରେ ଦେଶୀ ମଦ ଜବତ କରିଥିବା ସତ୍ତେ ଏକମାତ୍ର ଉଲ୍ଲେଖନୀୟ ଅସଫଳତା ହେଉଛି – କୌଣସି ମଦ ମାଫିଆକୁ ଧରି ପାରିବାରେ ବିଭାଗ ବିଫଳ ହୋଇଛି। ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଅନେକ ଚଢ଼ାଉ ହୋଇଛି, କିନ୍ତୁ ଅସଲ  ମାଫିଆମାନେ ନିର୍ଭୟ ଭାବରେ ଅପରାଧ କରିଚାଲିଛନ୍ତି।

ସ୍ଥାନୀୟ ଲୋକଙ୍କ ଦାବି ଯେ, ଏମିତି ଅଭିଯାନ ମାତ୍ର ଚୋରା ଦେଶୀ ମଦ ଧ୍ବଂସ କରିବାକୁ ନୁହେଁ, ବିସ୍ତୃତ ତଦନ୍ତ ଓ ମଦ ମାଫିଆମାନଙ୍କ ଉପରେ ନିୟନ୍ତ୍ରଣ ଆଣିବା ଦିଗରେ ପାଇଁ କଠୋର ପଦକ୍ଷେପ ଆବଶ୍ୟକ। ଯଦି ପ୍ରଶାସନ ଏହି ଅପରାଧିମାନଙ୍କୁ ଆଇନର ଚକ୍ରରେ ନେଇ ଆସିବା ନଥାଏ, ତେବେ ଆସନ୍ତା ଦିନରେ ଏହି ଅଞ୍ଚଳ ଅବୈଧ ମଦର ମୂଖ୍ୟ କେନ୍ଦ୍ରଭୂମିରୂପେ ଉଦ୍ଭାସିତ ହେବା ନିଶ୍ଚିତ।