Hot Posts

6/recent/ticker-posts

ଭାରତରେ ଅବୈଧ ଭାବରେ ରହୁଥିବା ବିଦେଶୀମାନଙ୍କ ବିରୋଧରେ କଠୋର ନିୟମ : ଲୋକସଭାରେ ଆସୁଛି ପ୍ରବାସୀ ଏବଂ ବିଦେଶୀ ବିଲ ୨୦୨୫

ନୂଆଦିଲ୍ଲୀ, ୧୧/୩ : ଭାରତରେ ଅବୈଧ ଭାବରେ ରହୁଥିବା ବିଦେଶୀ ନାଗରିକମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନୂତନ ଆଇନ ଆସୁଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା "ପ୍ରବାସୀ ଏବଂ ବିଦେଶୀ ବିଲ ୨୦୨୫" କୁ ଆଜି ଲୋକସଭାରେ ଉପସ୍ଥାପନ କରିବେ। ଏହି ବିଲ ଆଇନରେ ପରିଣତ ହେଲେ, ଦେଶର ଚାରୋଟି ପ୍ରଚଳିତ ପୁରୁଣା ଆଇନ ବତିଲ ହୋଇଯିବ ଏବଂ ନୂଆ ନିୟମାବଳୀ ଗ୍ରହଣ କରାଯିବ।

ନୂତନ ବିଲର ମୁଖ୍ୟ ଦିଗ:- 

ଜାତୀୟ ସୁରକ୍ଷା ପ୍ରାଥମିକତା: ଭାରତର ସାର୍ବଭୌମତ୍ୱ ଓ ଆନ୍ତରିକ ସୁରକ୍ଷାକୁ ମଧ୍ୟ ରଖି ବିଦେଶୀମାନଙ୍କ ଅବୈଧ ପ୍ରବେଶ ଏବଂ ରହଣି ଉପରେ ନିୟନ୍ତ୍ରଣ ଅନିବାର୍ଯ୍ୟ ହେବ।

ଅବୈଧ ନାଗରିକତା ରୋକ୍ତାମ: ଯଦି କୌଣସି ବ୍ୟକ୍ତି ଜାଲିଆତି ଜରିଆରେ ଭାରତୀୟ ନାଗରିକତା ହାସଲ କରନ୍ତି, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଭାରତ-ବିଦେଶ ସମ୍ପର୍କ ସୁନିଶ୍ଚିତ କରିବା: ଯଦି କୌଣସି ବ୍ୟକ୍ତିଙ୍କ ଅବୈଧ ପ୍ରବେଶ କୌଣସି ଅନ୍ୟ ଦେଶ ସହ ଭାରତର ସମ୍ପର୍କ ଉପରେ ପ୍ରଭାବ ପକାଇ ଥାଏ, ତେବେ ଏହି ବ୍ୟକ୍ତିଙ୍କୁ ଭାରତରେ ପ୍ରବେଶ ନ ଦିଆଯିବ।

ଇମିଗ୍ରେସନ ଅଧିକାରୀଙ୍କ ଶକ୍ତିବୃଦ୍ଧି: ଏବେ ଇମିଗ୍ରେସନ ଅଧିକାରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ, ଏବଂ ସେମାନେ ସ୍ୱେଚ୍ଛାରେ ବିଦେଶୀମାନଙ୍କ ପ୍ରବେଶ ରୋକିପାରିବେ।

ଅବୈଧ ପ୍ରବେଶ: ବୈଧ ପାସପୋର୍ଟ ନଥିଲେ ୫ ବର୍ଷ ଜେଲ ବା ୫ ଲକ୍ଷ ଟଙ୍କା ଜରିମାନା ହୋଇପାରେ।ଜାଲିଆତି ଚାର୍ଯ୍ୟ: ଯଦି କୌଣସି ବ୍ୟକ୍ତି ଜାଲ କାଗଜପତ୍ର ଜରିଆରେ ଭାରତରେ ପ୍ରବେଶ କରିଛନ୍ତି, ୨ ରୁ ୭ ବର୍ଷ ଜେଲ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ

ଉଚ୍ଛେଦ ହେବାକୁ ଥିବା ଚାରୋଟି ପୁରୁଣା ଆଇନ:

1. ବିଦେଶୀ ଆଇନ (୧୯୪୬)

2. ପାସପୋର୍ଟ ଆଇନ (୧୯୨୦)

3. ବିଦେଶୀ ପଞ୍ଜୀକରଣ ଆଇନ (୧୯୩୯)

4. ପ୍ରବାସ ଆଇନ (୨୦୦୦)

ଏହି ବିଲ ଆଇନରେ ପରିଣତ ହେଲେ, ଭାରତରେ ଅବୈଧ ଭାବେ ରହୁଥିବା ବିଦେଶୀମାନଙ୍କ ଉପରେ ନିୟନ୍ତ୍ରଣ ବୃଦ୍ଧି ପାଇବ ଏବଂ ଦେଶର ସୁରକ୍ଷା ମଜବୁତ ହେବ।