Hot Posts

6/recent/ticker-posts

ଓଡ଼ିଶାରେ ଅଗ୍ନିଯୁଗ: ତାପମାତ୍ରା ୪୫ ଡିଗ୍ରୀ ଛୁଇଁବାର ସଙ୍କେତ, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ଵର, ୩୦/୩ : – ଓଡ଼ିଶା ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହର କ୍ରୁର ଆଘାତ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। **ପଶ୍ଚିମ ଓଡ଼ିଶା, କେନ୍ଦ୍ରାଞ୍ଚଳ ଏବଂ ଉପକୂଳ ଅଞ୍ଚଳରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇ ରହିଛି। ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ ଆସନ୍ତା ୭ ଓ ୮ ତାରିଖରେ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ।

ଏମିତି ଅସହ୍ୟ ତତଲା ରୂପ ନେଇ ବଜାର, ହାଟ, ବସସ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନଗୁଡ଼ିକ ସକାଳ ୧୦ଟା ପରେ ବିଲକିଯାଉଛି। ଅତି ଜରୁରୀ କାମ ଛାଡି ଲୋକେ ଘରୁ ବାହାରିବାକୁ ପସନ୍ଦ କରୁନାହାନ୍ତି। ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଏବଂ ଅନ୍ୟାନ୍ୟ ପଶ୍ଚିମ ଓଡ଼ିଶା ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଦେଖିବାକୁ ମିଳୁଛି।

ପଶ୍ଚିମ ଓଡ଼ିଶାରେ ଏବେ ବଜ୍ରପାତ ଭଳି ପଡ଼ୁଛି ତାପମାତ୍ରା। ସମସ୍ତ ଅଞ୍ଚଳ ୪୦ ଡିଗ୍ରୀ ଉପରେ ଗରମ ଅନୁଭବ କରୁଛି। ଉପକୂଳ ଅଞ୍ଚଳରେ ଯଦିଓ ଗରମ ରହିଛି, ତଥାପି ଅତ୍ୟଧିକ ଆରଦ୍ରତା ଲୋକମାନଙ୍କୁ ଅସହ୍ୟ ପରିସ୍ଥିତିରେ ପକାଇ ଦେଉଛି।

ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ହିଟସ୍‌ଟ୍ରୋକର ସମ୍ଭାବନା ରହିଥିବାରୁ ଏସଓପି (SOP) କଡାକଡ଼ି ପାଳନ କରିବାକୁ କୁହାଯାଇଛି। ଲୋକମାନଙ୍କୁ ଜରୁରୀ କାମ ଛାଡି ବାହାରିବାରୁ ବିରତ ରହିବା, ପର୍ଯ୍ୟାପ୍ତ ପାଣି ପିଇବା ଏବଂ ହାଲୁକା ପୋଶାକ ପିନ୍ଧିବା ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞମାନଙ୍କ ଅନୁସାରେ ଆଜି ସନ୍ଧ୍ୟାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହା ଅଞ୍ଚଳକୁ କିଛି ସମୟ ପାଇଁ ଶିତଳତା ଦେଇପାରେ, କିନ୍ତୁ ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ଅଗ୍ନିଯୁଗ ଅବସ୍ଥା ଅବ୍ୟାହତ ରହିପାରେ।

ଏବେ ଦେଖିବାକୁ ହେବ, ଗ୍ରୀଷ୍ମ ପ୍ରବାହର ଏହି କ୍ରୂର ଆଘାତକୁ କିପରି ଆଠକାଯାଇପାରିବ।