ଦାରିଙ୍ଗବାଡ଼ି, ୨/୩ : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ୫୯ନଂ ଜାତୀୟ ରାଜପଥର ବୁଲାଣିରେ ଶନିବାର ରାତିରେ ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟାଏସନ ପ୍ରଧାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ, ତଜରବାଡ଼ି ଗ୍ରାମର କିଲିଆନ ପ୍ରଧାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।ପ୍ରତ୍ୟେକଦର୍ଶୀଙ୍କ କହିବା ଅନୁସାରେ, ଦୁହେଁ ବାଇକରେ ଫେରୁଥିବାବେଳେ ରାସ୍ତାରେ ଭାରସାମ୍ୟ ହରାଇ ଏକ ବିରାଟ ଗଛକୁ ଧକ୍କା ଦେଇଥିଲେ। ଟାଏସନ ବାଇକରୁ ଛିଟିକି ପଡି ଗୁରୁତର ଆଘାତ ପାଇଥିଲେ। ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲେ, କିନ୍ତୁ ସେଠାରେ ମୃତ୍ୟୁ ହୋଇଯାଇଥିଲା। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।