Hot Posts

6/recent/ticker-posts

ଖରା ତାପକୁ ଦୃଷ୍ଟିରେ ରଖି ସରକାରର ବଡ଼ ସନ୍ଧାନ! ସ୍କୁଲ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର, ୧୯/୩ : ରାଜ୍ୟରେ ବଢୁଥିବା ଖରା ତାପମାତ୍ରା କୁ ଦୃଷ୍ଟିରେ ରଖି, ସରକାର ସ୍କୁଲ ସମୟ ସକାଳୁଆ କରିବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ ଏପ୍ରିଲ ୨ରୁ ଲାଗୁ ହେବ। ଏନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହି ସପ୍ତାହ ମଧ୍ୟରେ ସମୟ ସାରଣୀ ପ୍ରକାଶ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ଗ୍ରୀଷ୍ମ ପ୍ରସ୍ତୁତି ବୈଠକ କରି ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ରଖି ଜଳଛତ୍ର, ଛାଇ ଏବଂ ସଚେତନତା ବୃଦ୍ଧି ଉପରେ ଜୋର ଦେଇଛନ୍ତି। ଖରାରୁ ସୁରକ୍ଷିତ ରହିବା ପାଇଁ ସତର୍କ ରୁହନ୍ତୁ!