କନ୍ଧମାଳ ୩୦/୩ : ବିପ୍ର : କନ୍ଧମାଳ ଜିଲ୍ଲା ଘୁଦୟଗିରି ବ୍ଲକ ବାଲୁମାହା ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସ୍କୁଲ ସଭାପତି ଗାନ୍ଧି ପ୍ରଧାନ, ବକ୍ତା ଭାବେ ଉଦୟଗିରି ବ୍ଲକରୁ ଆସିଥିବା ଡିଓ ଅଧିକାରୀ ଜୋତି ରଞ୍ଜନ ସାହୁ, ସନମାନିତ ଅତିଥି ସ୍କୁଲ ର ପ୍ରଧାନ ଶିକ୍ଷକ ଜଗତମୋହନ ପ୍ରଧାନ, ସି ଆର ସି ସି ବିଜୟ ନାୟକ, ୱାର୍ଡ ମେମ୍ବର ନୀଳାଦ୍ରି କହଁର ଯୋଗଦେଇଥିଲେ ! ଏହି ସ୍କୁଲ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ପ୍ରଥମେ ପୁଷ୍ପ ଗୁଚ୍ଛ ଦେଇ ସ୍ଵଗତ କରାଯାଇଥିଲା ଏବଂ ସ୍କୁଲ ର ଉନ୍ନତି କିଭଳି ହୋଇପାରିବ ସେଥି ପ୍ରତି ଗ୍ରାମର ଅଭିଭାବକ ମାନଙ୍କ ସହ ଆଲୋଚନା କରାଯଇଥିଲା ! ସ୍କୁଲ କୁ କିଭଳି ସରଶ ସୁନ୍ଦର ରଖିବା ଏବଂ ପିଲା ମାନେ କିଭଳି ଭଲ ପାଠ ପଡ଼ି ଦେଶରେ ଭଲ ମଣିଷ ହୋଇ ସମାଜ ର ଉନ୍ନତି କାମ କରିବେ ତାହା ପିଲାମାନଙ୍କୁ ବୁଝେଇ ଥିଲେ ! ଶେଷରେ କୁନି କୁନି ପିଲାମାନଙ୍କୁ ନେଇ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପ୍ରମାଣ ପାତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ କୁ ସି ଆର ସି ସି ବିଜୟ ନାୟକ ପାରିଚାଳନା କରିଥିବା ବେଳେ ସ୍କୁଲ ର ଶିକ୍ଷୟିତ୍ରୀ ସହ୍ନେଲତା ସାହୁ ଧନ୍ୟବାଦ ଅର୍ପଣ ଦେଇଥିଲେ !କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ !