ଓଡିଶାରେ ତାପମାତ୍ରାର ବୃଦ୍ଧି, ଟିଟିଲାଗଡ଼ ସବୁଠୁ ଅଧିକ ଉତ୍ତପ୍ତ
ଭୁବନେଶ୍ୱର ୨/୩ : ଓଡିଶାରେ ଗ୍ରୀଷ୍ମ ରୁଦ୍ର ରୂପ ଧାରଣ କରିଛି। ଶନିବାର ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ରାଜ୍ୟର ୧୧ଟି ସହରରେ ୩୭ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ଝାରସୁଗୁଡ଼ା (୩୮.୨), ବଲାଙ୍ଗୀର (୩୮), ସୋନପୁର (୩୭.୭), ଅନୁଗୋଳ (୩୭.୭), ସମ୍ବଲପୁର (୩୭.୬) ଆଦି ସହର ଏହି ତାପମାତ୍ରାରେ ରହିଛନ୍ତି।ପାଣିପାଗ ବିଭାଗ ମେ’ ଶେଷ ପର୍ଯ୍ୟନ୍ତ ତୀବ୍ର ଖରା ଏବଂ ଗରମ ହିଟ୍ଓ୍ବେଭର ଆଶଙ୍କା କରିଛି। ଆସନ୍ତା ୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ରାଜ୍ୟବାସୀଙ୍କୁ ସତର୍କ ରହିବା ଏବଂ ଅତିରିକ୍ତ ଗରମରୁ ରକ୍ଷା ପାଇଁ ଅଧିକ ପାଣି ପିବାକୁ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।