Hot Posts

6/recent/ticker-posts

ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନା: ୨୫,୦୦୦ ପ୍ରକଳ୍ପ ଆରମ୍ଭ ହେବାକୁ ବାକି, ମୋଟ ୯୦,୬୨୪ ପ୍ରକଳ୍ପରେ କାର୍ଯ୍ୟ ଜାରି

ଭୁବନେଶ୍ବର, ୧୮/୩ : 'ଆମ ଓଡ଼ିଶା ନବୀନ ଓଡ଼ିଶା' (AONO) ଯୋଜନା ଅନ୍ତର୍ଗତ ୨୫,୦୦୦ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହେବାକୁ ବାକି ଅଛି। ଏ ନେଇ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମଙ୍ଗଳବାର ବିଧାନସଭାରେ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।ମନ୍ତ୍ରୀ ଜଣାଇଛନ୍ତି ଯେ ଏହି ଯୋଜନାରେ ମୋଟ ୯୦,୬୨୪ ପ୍ରକଳ୍ପ ଅନୁମୋଦିତ ହୋଇଥିବା ବେଳେ ୪୨,୦୦୦ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ ଚାଲିଥିବା ସମୟରେ ୨୫,୦୦୦ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ AONO ଯୋଜନାରେ ଯେଉଁ ପ୍ରକଳ୍ପଗୁଡ଼ିକରେ ମିନିମମ ୨୦% ଖର୍ଚ୍ଚ ହୋଇଛି, ସେଗୁଡ଼ିକୁ 'ବିକାଶିତ ଗାଁ ବିକାଶିତ ଓଡ଼ିଶା' ପଦକ୍ଷେପ ଅଧୀନରେ ଶୀଘ୍ର ସମାପ୍ତ କରାଯିବ। ଏଥିସହ କୌଣସି ଅନୁମୋଦିତ ପ୍ରକଳ୍ପ ପ୍ରତ୍ୟାହାର ହୋଇନଥିବା ବିଷୟଟି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।