ରାଜିକାଖୋଲ ଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ଚକାପାଦ :୧୧/୩ : (ବିପ୍ର ) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ରାଜିକାଖୋଲ ଠାରେ ନାମା ଭକ୍ତ ସତସଙ୍ଗ ମୃତ ଆନୂକୁଲ୍ୟ ତରଫରୁ ୩୮ ତମ ବାର୍ଷିକ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ଏହି ଯଜ୍ଞ ଟି ପ୍ରତିବର୍ଷ ଅନ୍ୟ ଅନ୍ୟ ଗାଁ ରେ ହେଉଥିବା ବେଳେ ଏବର୍ଷ ରାଜିକାଖୋଲ ଗାଁ ରେ ହୋଇଯାଇଛି !ଏହି ଯଜ୍ଞ ରେ ଗାୟତ୍ରୀ ପରିବାର ର ସମସ୍ତ ସଦସ୍ୟ ଯୋଗଦେଇ ଥିବାବେଳେ ଅନେକ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା ଏବଂ ଯଜ୍ଞ ଆରମ୍ଭ ଦିନରେ ରୀତିନୀତି ଅନୁସାରେ ପୂଜା ଵିଧି କରି ନାଳ ରୁ କଳସ ରେ ଜଳ ଆଣି କୁଞ୍ଜ ଚତୁର୍ପାର୍ଶ୍ୱରେ ରଖି ଯାତ୍ରା ହୋଇଥିବା ବେଳେ ଦ୍ୱିତୀୟ ଦିନରେ ନାମ ଆରମ୍ଭ ହୋଇଥିଲା ! ତୃତୀୟ ଦିନେରେ ନାମ ଶେଷ ହୋଇଥିଲା ! ଏହି ଯଜ୍ଞ ଟି ସମସ୍ତ ଙ୍କ ସହ ଯୋଗ ରେ ହୋଇଥିବା ବେଳେ ଏଠାରେ ନାମଯଜ୍ଞ, ଘୃତଯଜ୍ଞ, ଅର୍ଣ୍ଣଯଜ୍ଞ, ଜ୍ଞାନଯଜ୍ଞ ହୋଇଯାଇଛି ! ନିତି ନିୟମ ଅନୁସାରେ ସୁନ୍ଦର ଭାବରେ ଆଚାର୍ଯ୍ୟ ପୂଜାରୀ ଚନ୍ଦ୍ର ସେଖର କହଁର , ବାଳକୃଷ୍ଣ କହଁର ପୂଜା ପାଠ କରିଥିବା ବେଳେ ଜଜମାନ ଭାବେ ଅରୁଣ କହଁର କାର୍ଯ୍ୟ ତୁଲାଇ ସମାପନ କରିଥିଲେ ! ଏହି ଯଜ୍ଞ କୁ ଦୂରଦୂରାନ୍ତ ର ରୁ ସଂକୀର୍ତନ ମଣ୍ଡଳୀ 29 ଥଳ ଯୋଗଦେଇ ଥିବା ବେଳେ ଯଜ୍ଞ ଦେଖିବାକୁ ଭକ୍ତ ଙ୍କ ପବଳ ଜନ ଗହଳି ଦେଖିବାକୁ ମିଳିଥିଲା ! ଏହି କାର୍ଯ୍ୟକ୍ରମ ରେ ଗୁରୁଜୀ ରାଜପତି କହଁର, ଗୌର ଭକ୍ତ ଏକତ୍ରୀ କରଣ ପ୍ରତିଷ୍ଠାତା ଗୁପ୍ତେଶ୍ୱର କହଁର, ନୃସିହ ଠାକୁର ପୂଜାରୀ ମହେଶ୍ୱର ବଗର୍ତ୍ତୀ, ମୁନିସି କହଁର ଏବଂ ଦୂରଦୂରାନ୍ତର ରୁ ଆସିଥିବା ସାଧୁସନ୍ଥ ଆସି ପ୍ରବଚନ ମାଧ୍ୟମରେ ଭକ୍ତ ମାନଙ୍କୁ ଧର୍ମବାଣି ଶୁଣାଇ ଥିଲେ ! ଯଜ୍ଞ କୁ ସଭାପତି ସିରାସ୍ତ ମଲ୍ଲିକ, ସମ୍ପାଦକ ପିତବାସ କହଁର, ଉପସଭାପତି ସର୍ଶେ କହଁର, ଉପଦେଷ୍ଟା ପବିତ୍ର ମଲ୍ଲିକ ଏବଂ ଗ୍ରାମର ସମସ୍ତ ବାପା,ମା,ଯୁବକ ଯୁବତୀ ମାନେ ସହ ଯୋଗ କରିଥିଲେ ! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ଅବଦୁତ ନିୟୁଜ !