Hot Posts

6/recent/ticker-posts

ହିଞ୍ଜିଳିରେ ଜୁଆ ଆଡ୍ଡା ରେ ପୋଲିସର ଚଢ଼ାଉ, ୨ ଜଣ ଗିରଫ, ଅନେକ ଫେରାର

ହିଞ୍ଜିଳି, ୧୭ /୩ : – ହିଞ୍ଜିଳି ଥାନା ଏବଂ ଆଡପଡା ଫାଣ୍ଡି ପୋଲିସ ରବିବାର ବିଳମ୍ବିତ ରାତିରେ ମୋହିଗୁଡା ଘୋଡାହାଡ ନଦୀ କୂଳରେ ଚାଲିଥିବା ଜୁଆ ଅଠାଣି ଉପରେ ଅଚମ୍ମା ଚଢ଼ାଉ କରି ୨ ଜଣ ଜୁଆଡିଙ୍କୁ ଗିରଫ କରିଛି। ହେଲେ, ଅନ୍ୟ ଅନେକ ଜୁଆଡି ପୋଲିସ ଚଢ଼ାଉ ଦେଖି ଅନ୍ଧାର ର ଫାଇଦା ଉଠାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।ଗିରଫ ହୋଇଥିବା ଜୁଆଡି କୋଟିନଡା ଥାନା ଅନ୍ତର୍ଗତ ବାବନପୁର ଗ୍ରାମର ଜିତେନ୍ଦ୍ର ନାଇକ ଓ ପାଟପୁର ଥାନା ଖଲିଙ୍ଗି ଗ୍ରାମର ଅରୁଣ ରାଉତ।ପୋଲିସ ଜୁଆ ଆଡ୍ଡା ରୁ ମୋଟ ୯,୬୩୦ ଟଙ୍କା ଏବଂ ୨ଟି ମୋବାଇଲ ଫୋନ ସମେତ ୪ଟି ବାଇକ ଜବତ କରିଛି। ଏହି ଅପରାଧୀମାନେ ଜୁଆ ଖେଳି ବଡ଼ ଅର୍ଥ ଲାଭ କରୁଥିବା ଅନୁମାନ ରହିଛି।

ଏହି ଜୁଆ ଅଠାଣିର ଆସଲ ମାଷ୍ଟରମାଇଣ୍ଡ କିଏ, ଏଠି ଅନ୍ୟ କେମିତି ଲିପ୍ତ, ଏହା ଏକ ବଡ଼ ଅପରାଧ ଚକ୍ରର ଅଂଶ କି ନୁହେଁ – ଏ ସବୁ ଦିଗ ଦେଇ ହିଞ୍ଜିଳି ପୋଲିସ ଏବେ ଗଭୀର ତଦନ୍ତ କରୁଛି। ଫେରାର ହୋଇଥିବା ଅନ୍ୟ ଜୁଆଡିମାନଙ୍କ ଠିକଣା ଚିହ୍ନଟ କରି ସଘନ ଅଭିଯାନ ଚାଲିଛି।ଅଞ୍ଚଳର ଲୋକମାନେ ଏହି ଅଭିଯାନକୁ ପୋଲିସର ସଠିକ୍ ପଦକ୍ଷେପ ବୋଲି ବର୍ଣ୍ଣନା କରି ଏପରି ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଜୁଆ ଅଠାଣି ଉପରେ କଡ଼ା ଅଭିଯାନ ଚାଲିବ