ନୟାଗଡ଼, ୧୮/୩ : ନୟାଗଡ଼ ଜିଲା ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡା ତଳସାହିରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚାରି ବର୍ଷ ଧରି ପ୍ରେମରେ ଜଡ଼ିତ ଥିବା ଏକ ଯୁବକ, ତାଙ୍କ ପ୍ରେମିକାଙ୍କ ଭଉଣୀଙ୍କ ଦ୍ୱାରା ଅପମାନିତ ହୋଇ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲା କିଶୋରନଗର ଥାନା ଅନ୍ତର୍ଗତ ଯାଞ୍ଚପଡା ଗାଁର ଲିଟୁଆ ଦାସ ନାମକ ଏହି ଯୁବକ, ଲାଠିପଡା ତଳସାହିର ଜଣେ ଯୁବତୀଙ୍କୁ ଭଲପାଉଥିଲେ। ମଙ୍ଗଳବାର, ସେ ପ୍ରେମିକାଙ୍କ ଘରକୁ ଯାଇଥିଲେ, ଯେଉଁଠି ପ୍ରେମିକାଙ୍କ ଦୁଇ ଭଉଣୀ ତାଙ୍କୁ ଗାଳି ଗୁଳଜ କରି ଅପମାନିତ କରିଥିଲେ ଏବଂ ମରିଯିବାକୁ କହିଥିଲେ। ଏହି ଅପମାନ ସହିପାରିନଥିବା ଯୁବକ ତାଙ୍କ ପ୍ରେମିକାଙ୍କ ଘର ଆଗରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ।
ଏହି ଦୃଶ୍ୟ ଦେଖି ସେଠାରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଅତିତ୍ୱରାଗରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚାଇଥିଲେ। ଲିଟୁଆଙ୍କ ଶରୀରର ୮୦% ଅଂଶ ପୋଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହା ନୟାଗଡ଼ ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବା ସହ ଏକ ଗଭୀର ଚିନ୍ତାର ବିଷୟ ହୋଇଯାଇଛି।