Hot Posts

6/recent/ticker-posts

ଯାଜପୁରରେ ଲୋମହୃଦୟକ ହତ୍ୟା: ଜଣେ ବୃଦ୍ଧଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର, ଅଭିଯୁକ୍ତ ଅଟକ

ଯାଜପୁର, ୩/୩ : ଯାଜପୁର ରୋଡ ଥାନା ଅଞ୍ଚଳର ମିଲିଟାରୀ ଛକ ନିକଟରେ ଏକ ପରିତ୍ୟକ୍ତ ଘରରୁ ଜଣେ ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ, ହତ୍ୟା ଅଭିଯୋଗରେ ସଞ୍ଜୟ ନାଥ (୩୨) ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ କରିଛି।

ମୃତକ ଏବଂ ଅଭିଯୁକ୍ତ, ଦୁହେଁ ଏହି ଛାଡ଼ିଥିବା ଘରରେ ରହି ଆସୁଥିଲେ। ଅନୁମାନ କରାଯାଉଛି ଯେ, ମୃତକ ଭିକ୍ଷାବୃତ୍ତି କରି ଜୀବନ କାଟୁଥିଲେ , ଏବଂ ସଞ୍ଜୟ ନାଥ ତାଙ୍କ ପିଲା ସହ ଏଠି ରହୁଥିଲେ। ଗତକାଲି ରାତି ପିଲାକୁ ପଢ଼ାଇବା କଥା ନେଇ ଦୁଇଜଣଙ୍କ ମଧ୍ୟରେ ବାକ୍-ବିତଣ୍ଡା ହୋଇଥିଲା। ଏହା ପରେ, କୋପ ଖାଇ ସଞ୍ଜୟ, ବୃଦ୍ଧଙ୍କୁ ପଥର ଦ୍ୱାରା ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ, ସଞ୍ଜୟ ମୃତଦେହକୁ ଲୁଚାଇ ରଖିଥିଲେ।

ଘଟଣା ସନ୍ଦେହଜନକ ଲାଗିଥିବାରୁ ଯାଜପୁର ରୋଡ ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ, ଏହି ହତ୍ୟା ଆପସି ବାଦବିବାଦରୁ ଘଟିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ତେବେ, ପୁଲିସ ଅଭିଯୁକ୍ତଙ୍କୁ ଜିଜ୍ଞାସାବାଦ କରୁଅଛନ୍ତି ଏବଂ ଘଟଣାର ଅନ୍ୟ କୌଣସି ଅଂଶ ଅଛି କି ନାହିଁ ତାହା ଖୋଜିବା ଚେଷ୍ଟା କରୁଛନ୍ତି।

ଏହି ହତ୍ୟାକାଣ୍ଡ ସହ ଜଡ଼ିଥିବା ସମସ୍ତ ଦଳିଲକୁ ତଦନ୍ତ କରାଯାଉଛି। ଯାଜପୁର ରୋଡ ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ଘଟଣା ସଂପର୍କରେ ଅନୁସନ୍ଧାନ ଜାରି ରହିବ ଏବଂ ଅଭିଯୁକ୍ତ ଉପରେ ଅବଶ୍ୟକ୍ତ ଆଇନି କାର୍ଯ୍ୟାନୁଷ୍ଠାନ ନିଆଯିବ।