କଟକ, ୧୪/୩ : କଟକ ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ, ବିଶେଷତଃ ବାଲି ଚୋରା ଅବୈଧ ବ୍ୟବସାୟ ରୋକିବାକୁ ଜିଲ୍ଲା ପ୍ରଶାସନ ତିବ୍ର ଅଭିଯାନ ଆରମ୍ଭ କରିଛି। ଗତ ତିନି ଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୫ଟି ଅଳଗା ଟିମ୍ ଚଢାଉ କରି ବାଲି ଚୋରା ବ୍ୟବସାୟକୁ ନିୟନ୍ତ୍ରଣରେ ଆଣିବାକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି।
ପ୍ରଶାସନ ଏହି ଅଭିଯାନ କିଶନନଗର, ବାରଙ୍ଗ, ନିଶ୍ଚିନ୍ତକୋଇଲି, ନିଆଳି ଏବଂ କଟକ ସଦର ଅଞ୍ଚଳରେ ଜୋରଦାର କରିଛି।
ଏହି ଅଞ୍ଚଳରେ ଗ୍ରହଣ କରାଯାଇଥିବା କାର୍ଯ୍ୟନୁଷ୍ଠାନ:
କିଶନନଗର ତହସିଲ: ବାଙ୍କୋଳ, ଚମ୍ପା, ବାବୁଜଙ୍ଗ ଓ ଗୁଆଳି ଅଞ୍ଚଳରେ ତହସିଲ ଅଧିକାରୀମାନେ ରାଜସ୍ୱ ନିରୀକ୍ଷକଙ୍କ ସହ ଉତ୍ତରକୂଳ ଓ ସମିତାଙ୍ଗର ଅଞ୍ଚଳରେ ଚଢାଉ କରିଛନ୍ତି।
ବାରଙ୍ଗ ତହସିଲ: ନରଣପୁର ଅଞ୍ଚଳରେ ୩ଟି ଚଢାଉ ଟିମ୍ ଗଠନ କରି ମାଟିଖୋଳା ଯନ୍ତ୍ର ଓ ୩ଟି ହାଇୱା ଜବତ।
ନିଶ୍ଚିନ୍ତକୋଇଲି: ସହଦେବପୁର, ଦେମାଣ୍ଡ, କୁଳଗଇଂଶାଳ, ନେମାଳ ଏବଂ ପାଳଦା ଅଞ୍ଚଳରେ ତହସିଲ ଓ ରାଜସ୍ୱ ନିରୀକ୍ଷକ ଟିମ୍ ଚଢାଉ କରି ଅବୈଧ ବାଲି ଚୋରା ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନେଇଛନ୍ତି।
ନିଆଳି: ଜଲରପୁର, କସର୍ଦ୍ଦା ଓ ନିଆଳି ଅଞ୍ଚଳରେ ଅଭିଯାନ ଚଲିଥିଲା। ୫ଟି ହାଇୱା ଓ ଗୋଟିଏ ଟ୍ରାକ୍ଟର ଜବତ।
କଟକ ସଦର: ୪ଟି ହାଇୱା ଜବତ।
ଅବୈଧ ବାଲି ଚୋରା ଉପରେ ୧୮ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ଅନ୍ବେଷଣ ପାଇଁ ଖଣି ଅଧିକାରୀଙ୍କୁ ଜବତ ଯନ୍ତ୍ର, ହାଇୱା ଓ ଅନ୍ୟ ଉପକରଣ ହସ୍ତାନ୍ତର କରାଯାଇଛି।
ପ୍ରଶାସନ ଏହି ଅଭିଯାନ ଆଗାମୀ ଦିନରେ ଆହୁରି ଜୋରଦାର କରିବ ବୋଲି ସୂଚନା ମିଳିଛି। ଅବୈଧ ଖଣନ ବନ୍ଦ ଏବଂ ପରିବେଶ ସୁରକ୍ଷା ନିମନ୍ତେ ଏହି ଧରଣର ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।