ହଦଗଡ଼ ବନ ବିଭାଗ, ମରେଇଗାଁ ପୋଲିସ ଏବଂ ବନ୍ତ ପୋଲିସ ଏହି ପରିସ୍ଥିତିକୁ ମୁକାବିଲା କରିବାକୁ ସତର୍କ ରହିଛନ୍ତି। ବନ ବିଭାଗର ସୂଚନା ଅନୁଯାୟୀ, ହାତୀଟି ବର୍ତ୍ତମାନ ଗଣିଜଙ୍ଗ ନିକଟସ୍ଥ ହସିନପୁର କେନାଲ ରାସ୍ତାରେ ଅଛି ଏବଂ ରାମକୃଷ୍ଣପୁର ଆଡ଼କୁ ଚାଲିଯାଉଛି।
ବନ ବିଭାଗ ଲୋକଙ୍କୁ ଭିଡ଼ ନ କରିବା ଏବଂ ହାତୀର ଅଞ୍ଚଳରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି। ଏହି ଦନ୍ତାହାତୀକୁ ପ୍ରକୃତିକ ଉପାୟରେ ତାହାର ଜଙ୍ଗଲ ଅଞ୍ଚଳକୁ ଫେରାଇ ନେବାପାଇଁ ବନ ବିଭାଗ ଅଧିକାରୀମାନେ ଚେଷ୍ଟା କରୁଛନ୍ତି।