ଏବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ, ୧୦୧ ଖଣ୍ଡ କାଠ ଇତିମଧ୍ୟରେ ପହଞ୍ଚିଯାଇଛି। ଏହା ସହ ରଥଖଳା ପରିଷ୍କାର, ରଥକପଡ଼ା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଏବେ ବେଗରେ ଚାଲିଛି। ଜୁନ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁନ ୨୭ ରଥଯାତ୍ରା, ଜୁଲାଇ ୬ ସୁନାବେଶ, ଜୁଲାଇ ୮ ତାରିଖରେ ନୀଳାଦ୍ରି ବିଜେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଜଣାଇଛି।
ପୁରୀ ଏସ୍ପି ବିନୀତ ଅଗ୍ରୱାଲ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା ନେବାକୁ ନିଷ୍ପତ୍ତି କରିଛନ୍ତି। ଏହା ସହ ଅଗ୍ନି-ନିର୍ବାପନ ବ୍ୟବସ୍ଥା ତତ୍ତ୍ୱାବଧାନ, ପରିବହନ ବ୍ୟବସ୍ଥା, ଶୃଙ୍ଖଳିତ ଗତିଯାତ୍ରା ଏବଂ ପାର୍କିଂ ବ୍ୟବସ୍ଥା ନେଇ ବିଭିନ୍ନ ବିଭାଗ ସମନ୍ୱୟ କରି କାର୍ଯ୍ୟ ପ୍ରାରମ୍ଭ କରିଛି।
ଏହି ପବିତ୍ର ଅବସରରେ ସମ୍ପୃକ୍ତ ବିଭାଗ ସ୍ଵେଚ୍ଛାସେବୀ ନିୟୋଜନ, ପଲ୍ଲିଶ୍ରୀ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଏକ ନୂତନ ରୂପ ରେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ପୁରୀ ଜିଲାପାଳ, ଏସ୍ପି, ଏଡିଏମ, ଡିଏଫଓ, ମନ୍ଦିର ପ୍ରଶାସନ ଅଧିକାରୀ, ପ୍ରଶାସନ ତଥା ନିୟମିତ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।